Latest Odisha News

BREAKING NEWS

ବଢ଼ିଲା ଅମିତାଭ ବଚ୍ଚନଙ୍କ ବଙ୍ଗଳାର ସୁରକ୍ଷା, ମୁତୟନ ହେଲେ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭଙ୍କ ମୁମ୍ବାଇ ସ୍ଥିତ ବାସଭବନର ସୁରକ୍ଷା ଶନିବାର କଡ଼ାକଡ଼ି କରାଯାଇଛି । ତାଙ୍କ ଘର ଆଗରେ ପୋଲିସ ପ୍ରହରା ବ୍ୟବସ୍ଥା ମଧ୍ୟ ହୋଇଛି । ତୈଳ ମୂଲ୍ୟ ବୃଦ୍ଧିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପୋଟଲେଙ୍କ ବୟାନ ପରେ ପରେ ମୁମ୍ବାଇ ପୋଲିସ ଏହି ସୁରକ୍ଷା ବ୍ୟବସ୍ଥା କରିଛି ।

କେନ୍ଦ୍ରରେ ୟୁପିଏ ସରକାର କାଳରେ ତୈଳ ମୂଲ୍ୟ ବୃଦ୍ଧିର ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର ପ୍ରତିକ୍ରିୟା ଦେଇଥିଲେ । ପେଟ୍ରୋଲ ଦର ୫୦ ଟଙ୍କା ବେଳେ ସେମାନେ ୫ ଟଙ୍କା କରିଦେବାକୁ ମନ୍ତବ୍ୟ ଦେଇଥିଲେ । ହେଲେ ଏବେ କେନ୍ଦ୍ରରେ ବିଜେପି ସରକାରରେ ତୈଳ ଓ ଇନ୍ଧନ ଦର ଆକାଶ ଛୁଇଁଥିବା ବେଳେ ସେମାନେ ଭୟରେ ମୁହଁ ଖୋଲୁନଥିବା ନାନା ପୋଟଲେ କହିଛନ୍ତି ।

ଏମାନେ କେବଳ ପର୍ଦ୍ଦାର ହିରୋ ବୋଲି ଏବେ ଜନତା ବୁଝି ଯାଆନ୍ତୁ ବୋଲି ନାନାପୋଟଲେ ଲୋକଙ୍କୁ କହିଛନ୍ତି । ଏହି କାଗଜୀ ବାଘଙ୍କୁ ନିଜ ଜୀବନର ପ୍ରେରଣା ନକରନ୍ତୁ ଓ ସେମାନଙ୍କ ଫିଲ୍ମ ଓ ସେମାନଙ୍କୁ ସବୁଠି କଳା ପତାକା ଦେଖାଇ ବିରୋଧ କରିବାକୁ ନାନା ପୋଟଲେ କହିଛନ୍ତି । 

Leave A Reply

Your email address will not be published.