Latest Odisha News

BREAKING NEWS

ଈଶାନଙ୍କ ବିସ୍ଫୋରକ ଶତକ ବଳରେ ଝାଡଖଣ୍ଡ ଘରୋଇ ଦିନିକିଆରେ ହାସଲ କଲା ସର୍ବ ବୃହତ ବିଜୟ

ଇନ୍ଦୋର: ବିଜୟ ହଜାରେ ଟ୍ରଫିରେ ଝାଡଖଣ୍ଡ ୩୨୪ ରନରେ ମଧ୍ୟପ୍ରଦେଶକୁ ହରାଇ ନୂତନ କୀର୍ତିମାନ ସ୍ଥାପନ କରିଛି । ଭାରତୀୟ ଘରୋଇ ଦିନିକିଆ ପ୍ରତିଯୋଗିତାରେ ଗୋଟିଏ ଟିମର ଏହା ସର୍ବ ବୃହତ ବିଜୟ । ସେହିପରି ଲିଷ୍ଟ ଏ କ୍ରିକେଟରେ ଏହା ଦ୍ୱିତୀୟ ସ୍ଥାନ ହାସଲ କରିଛି । ଇଂଲଣ୍ଡ କାଂଉଟି ଟିମ୍ ସମରସେଟ ୩୪୬ ରନରେ ଡେଭେନକୁ ହରାଇ ରେକର୍ଡ କରିଛି ।

ବିଜୟ ହଜାରେ ଟ୍ରଫିରେ ପ୍ରଥମେ ବ୍ୟାଟିଂ କରି ଝାଡଖଣ୍ଡ ୫୦ ଓଭରରେ ୯ ଉଇକେଟ ହରାଇ ୪୨୨ ରନ ସଂଗ୍ରହ କରିଥିଲା । ଈଶାନ ମାତ୍ର ୯୪ ବଲରେ ୧୯ ଚୌକା ଓ ୧୧ ଛକା ସହାୟତାରେ ୧୭୩ ରନର ବିଶାଳ ଇନିଂସ ଖେଳିଥିଲେ । ମଧ୍ୟପ୍ରଦେଶ ୧୮.୪ ଓଭରରେ ୯୮ ରନରେ ଅଲଆଉଟ ହୋଇ ଯାଇଥିଲା । ବରୁଣ ଆରୋନ ୬ ଉଇକେଟ ଅକ୍ତିଆର କରିଥିଲେ । ଝାଡଖଣ୍ଡର ଏହା ଦିନିକିଆ ଘରୋଇ କ୍ରିକେଟରେ ସର୍ବାଧିକ ସ୍କୋର । ପୂର୍ବରୁ ବିହାର ୨୯୨ ରନ ବ୍ୟବଧାନରେ ସିକ୍କିମକୁ ହରାଇଥିଲା ।

Leave A Reply

Your email address will not be published.