Latest Odisha News

BREAKING NEWS

ଓସ୍କାର, ଗ୍ରାମୀ ଆୱାର୍ଡରେ ଲତାଙ୍କୁ ଅଣଦେଖା

ମୁମ୍ବାଇ: ଓସ୍କାର ଓ ଗ୍ରାମୀ ଆୱାର୍ଡରେ ସ୍ୱର ସାମ୍ରଜ୍ଞୀ ଲତା ମଙ୍ଗେସରଙ୍କୁ ଅଣ ଦେଖା କରାଯାଇଛି । ଦୁଃଖର କଥା ସେଠାରେ ଉପସ୍ଥିତ ଆମ କଳାକାରମାନେ ଏ ନେଇ କିଛି କହି ନ ଥିଲେ । ଚଳିତ ବର୍ଷ ଲତାଙ୍କ ପରଲୋକ ହୋଇଯାଇଛି । ଏହି ପୁରସ୍କାର ଉତ୍ସବରେ ବିଭିନ୍ନ ଦେଶର କଳାକାରଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆ ଯାଇଥିବା ବେଳେ ଲତାଙ୍କୁ ସେମାନେ ଭୁଲି ଯାଇଥିଲେ । ପ୍ରଶଂସକମାନେ ଏଥିନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି ।

୧୩ ବର୍ଷରୁ ଏହି ମହାନ କଳାକାର ସଙ୍ଗୀତ ସାଧନା କରୁ ଆସୁଛନ୍ତି । ସେ ୩୬ ଆଂଚଳିକ ଭାଷା ଏବଂ ବିଦେଶରେ ମଧ୍ୟ ଗୀତ ଗାଇଛନ୍ତି । ସୂଚନାଯୋଗ୍ୟ, ୯୨ ବର୍ଷ ବୟସରେ ଲତାଙ୍କ ପରଲୋକ ହୋଇଥିଲା । ତାଙ୍କ ବ୍ୟତୀତ ମ୍ୟୁଜିକ କମ୍ପୋଜର ବାପ୍ପି ଲାହାରୀଙ୍କୁ ମଧ୍ୟ ଗ୍ରେମୀଜ ଇନ ମେମୋରିୟମ ସେଗମେଂଟରେ ମନେ ପକା ଯାଇ ନ ଥିଲା ।

Leave A Reply

Your email address will not be published.