Latest Odisha News

BREAKING NEWS

ଅଶୋଧିତ ତେଲ ଦର ବୃଦ୍ଧି ପରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଆଶଙ୍କା ବଢ଼ିଲା

ନୂଆଦିଲ୍ଲୀ: ଅଶୋଧିତ ତେଲ ଦର ବୃଦ୍ଧି ପଇବାରେ ଲାଗିଛି। ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି। ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୧ ଡଲାରରେ କାରବାର କରୁଛି। ଅଶୋଧିତ ତୈଳର ମୂଲ୍ୟ ଅଗଷ୍ଟ ୨, ୨୦୨୨ ପରଠାରୁ ସର୍ବୋଚ୍ଚ ସ୍ତରରେ କାରବାର କରୁଛି। ଇରାନ ଅଶୋଧିତ ତୈଳ ଯୋଗାଣ ଆରମ୍ଭ କରିବା ସମ୍ଭାବନା ପରେ ସାଉଦି ଆରବ ଓପାକ ଦେଶମାନଙ୍କ ଦ୍ୱାରା ଉତ୍ପାଦନ ହ୍ରାସ ପାଇଛି। ଏହାପରେ କଞ୍ଚା ତେଲ ବା ଅଶୋଧିତ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି।

ତେବେ ଅଶୋଧିତ ତେଲ ଦର ବୃଦ୍ଧି ଭାରତର ସମସ୍ୟାକୁ ବଢ଼ାଇପାରେ। ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ପରେ ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ବିକ୍ରି ଉପରେ ଯେପରି କ୍ଷତି ସହୁଥିଲେ ତାହା ଶେଷ ହୋଇଥିଲ। ସେହିପରି ଡିଜେଲ ବିକ୍ରିର କ୍ଷତି ଲିଟର ପିଛା ୪ ରୁ ୫ ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଏବେ ଅଶୋଧିତ ତେଲର ଦର ବଢ଼ିବା ପରେ ସରକାରୀ ତୈଳ କମ୍ପାନୀଗୁଡିକର କ୍ଷତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ସରକାରୀ ତୈଳ କମ୍ପାନୀଗୁଡିକରେ ହୋଇଥିବା କ୍ଷତି ସତ୍ୱେ ବେସରକାରୀ ତୈଳ କମ୍ପାନୀଗୁଡିକ ସାଧାରଣ ଲୋକଙ୍କ ଉପରେ ବୋଝ ଦେବାକୁ ଚାହୁଁ ନୁହଁନ୍ତି। ଫଳସ୍ୱରୂପ, ୨୦୨୨-୨୩ ଏପ୍ରିଲରୁ ଜୁନରେ ତିନିଟି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ୧୮ ହଜାର କୋଟିରୁ ଅଧିକ କ୍ଷତି ସହିଛନ୍ତି।

ତେବେ ମୁଡି ଆନାଲିଟିକ୍ସ ଏବଂ ସିଟିଗ୍ରୁପ୍ କହିଛି ଯେ ଅଶୋଧିତ ତୈଳ ମୂଲ୍ୟରେ ଏକ ବଡ଼ ହ୍ରାସ ହୋଇପାରେ। ୨୦୨୪ ଶେଷ ସୁଦ୍ଧା ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୭୦ ବ୍ୟାରେଲକୁ ଖସିପାରେ। ଅଶୋଧିତ ତୈଳର ମୂଲ୍ୟ ହ୍ରାସ ହେଲେ ଏହା ମୁଦ୍ରାସ୍ଫୀତିର ଚାପକୁ ମୁକ୍ତି ଦେବ। କିନ୍ତୁ ଏବେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପୁଣିଥରେ ଭାରତର ସମସ୍ୟା ବଢ଼ାଇପାରେ ବୋଲି କୁହାଯାଉଛି। ଭାରତ ମୋଟ୍ ଚାହିଦାର ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଥାଏ।

Leave A Reply

Your email address will not be published.