Latest Odisha News

BREAKING NEWS

NDTVକୁ ଆଦାନୀ ଗୃପ୍ କିଣିବା ପାଇଁ କିପରି ବାଟ ପ୍ରସ୍ତୁତ ହୋଇଥିଲା?

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଏବେ ଦେଶର ୩୪ ବର୍ଷ ପୁରୁଣା ମିଡିଆ ସଂସ୍ଥା ତଥା ଦେଶର ଅନ୍ୟତମ ପ୍ରତିଷ୍ଠିତ ହିନ୍ଦୀ ଏବଂ ଇଂରାଜୀ ଓ ବିଜେନସ ନ୍ୟୁଜ ଚ୍ୟାନେଲ ଏନଡିଟିଭି (NDTV)କୁ ଅଧିଗ୍ରହଣ କରିବାକୁ ଯାଉଛି। ଏହି ଅଧିଗ୍ରହଣ ଜରିଆରେ ଗୌତମ ଆଦାନୀ ଦେଶର ଟିଭି ମିଡିଆ ବ୍ୟବସାୟର ପ୍ରବେଶ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆଦାନୀ ଗ୍ରୁପ ‘ଦ କୁଇଣ୍ଟ’ରେ ୪୯ ପ୍ରତିଶତ ସେୟାର କିଣିସାରିଥିଲେ। ସେହିପରି ସାରା ଦେଶରେ ନିଜର ଟିଭି ନ୍ୟୁଜ ଚ୍ୟାନେଲ ଖୋଲିବା ନେଇ ଘୋଷଣା କରି ସାରିଛି।

ଆଦାନୀ ହେଉଛନ୍ତି ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି। ଏନଡିଟିଭି ଯଦିଓ ଆଦାନୀ ବଳପୂର୍ବକ ଭାବେ ସେୟାର କିଣିଛି ବୋଲି କହୁଛି କିନ୍ତୁ ଏହା ପଛରେ ଗୋଟିଏ ବଡ ଋଣ କାରବାର ରହିଛି। ଯାହାକି ଏନଡିଟିଭିର ସଂସ୍ଥାପକ ରାଧିକା ରୟ ଏବଂ ପ୍ରଣୟ ରୟ ଆଣିଥିଲେ। ୨୦୦୯-୧୦ ମସିହାରେ ମୁକେଶ ଅମ୍ବାନୀଙ୍କ ସହ ସେୟାର ଥିଲା ଏହି ବିଶ୍ୱ ପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ (ଭିସିପିଏଲ)ରେ । ଏନଡିଟିଭିର ପ୍ରମୋଟର କମ୍ପାନୀ ଆରଆରପି ହୋଲଡିଂ ପ୍ରାଇଭେଟ ଲିମିଟେଡକୁ ୪୦୩.୮୫ କୋଟି ଟଙ୍କା ଋଣ ନେଇଥିଲା। ମୋଟ ଋଣର ସୁଧ ବଦଳରେ, ଆରଆର-ପିଆର ଭିସିପିଏଲକୁ ୱାରେଣ୍ଟ ଜାରି କରିଛି। ଯଦି ଋଣ ପୈଠ କରିପାରିବ ନାହିଁ ତେବେ ଏହାକୁ ଆରଆର-ପିଆରର ୯୯.୯ ପ୍ରତିଶତ ଅଂଶରେ ପରିଣତ କରିବାର ଅଧିକାର ରହିବ।

୨୦୧୨ରେ ଏନଡିଟିଭିକୁ ଋଣ ଦେଇଥିବା କମ୍ପାନୀ ଭିସିପିଏଲର ମାଲିକାନା ବଦଳିଗଲା। ଅମ୍ବାନୀ ଏହି କମ୍ପାନୀରୁ ସେୟାର କାଢି ନେବା ପରେ ଆଦାନୀ ଗ୍ରୁପ୍ ଫାର୍ମ ଏହି କମ୍ପାନୀରେ ସେୟାର ଲଗାଇଲା । ଏନଡିଟିଭି ବକେୟା ଋଣ ଦେଇନପାରିବାରୁ ବକେୟା ଋଣକୁ ମିଡିଆ କମ୍ପାନୀର ୨୯.୧୮ ପ୍ରତିଶତ ଅଂଶରେ ପରିଣତ କରିବାର ବିକଳ୍ପ ବ୍ୟବହାର କରିଛି । ଯାହାକୁ ଓ୍ୱାରେଣ୍ଟ ଜାରି କରି ପୂର୍ବରୁ ଭିପିସିଏଲ ଏନଡିଟିଭିକୁ କହିଥିଲା।

ଏହା ପରେ ଆଦାନୀ ଗ୍ରୁପ ଜନସାଧାରଣଙ୍କୁ ୪୯୩ କୋଟି ଟଙ୍କାର ଓପନ ସେୟାର ଦେଇ ଅତିରିକ୍ତ ୨୬ ପ୍ରତିଶତ ଅଂଶଧନ କିଣିବ ବୋଲି କହିଛି। ଏପରି ହେଲେ ଆଦାନୀ ଅଧୀନରେ ରହିବ ୫୬ ପ୍ରତିଶତ ଅଂଶଧନ । ଯାହାକି ମୋଟ୍ ଅଂଶଧନର ସିଂହଭାଗ । ଏହି କମ୍ପାନୀରେ ପ୍ରଣୟ ଏବଂ ରାଧିକାଙ୍କର ଅଂଶଧନ ୩୨.୩ ପ୍ରତିଶତ ରହିଛି। ତେବେ ଏନଡିଟିଭିର ସଂସ୍ଥାପକ ପ୍ରଣୟ ଏବଂ ରାଧିକା ରୟ ଆଦାନୀଙ୍କ ପଦକ୍ଷେପକୁ ବଳପୂର୍ବକ ପଦକ୍ଷେପ ବୋଲି କହିଛନ୍ତି। ବିନା କୌଣସି ଆଲୋଚନାରେ ଏପରି ହୋଇଥିବା ପ୍ରଣୟ ରୟ କହିଛନ୍ତି। ଏ ନେଇ ଏନଡିଟିଭି ସିଇଓ ସୁପର୍ଣ୍ଣା ସିଂହ କହିଛନ୍ତି, ଆଇନଗତ ଦିଗ ଉପରେ ମଧ୍ୟ ବିଚାର କରାଯାଉଛି।

ଏନଡିଟିଭିରେ ସେୟାର କିଣିବା ପରେ ଆଦାନୀ ଆମେରିକାର ୱାଶିଂଟନ୍ ପୋଷ୍ଟ ଏବଂ ଫକ୍ସ କର୍ପୋରେସନ୍ ମାଲିକ ଥିବା ଜେଫ୍ ବେଜୋସ୍ ଏବଂ ମର୍ଡକ ପରିବାରରେ ଯୋଗଦେବେ। ତେଣୁ ଆଗାମୀ ଦିନରେ ଦେଶର ଦୁଇ ପ୍ରମୁଖ ଶିଳ୍ପପତି ଅମ୍ବାନୀ ଏବଂ ଆଦାନୀଙ୍କ ମିଡିଆରେ ପତିଆରା ରହିବ ବୋଲି କୁହାଯାଉଛି। କାରଣ ଅମ୍ବାୀନଙ୍କ ଅଧୀନରେ ରହିଛି ନେଟୱାର୍କ ୧୮ ।

Leave A Reply

Your email address will not be published.