Latest Odisha News

BREAKING NEWS

ଫିଲିପାଇନ୍ସରେ ‘ରାୟ’ର ତାଣ୍ଡବ, ୨୩ ମୃତ

ଫିଲିପାଇନ୍ସ: ଫିଲିପାଇନ୍ସରେ ତୋଫାନ ‘ରାୟ’ର ତାଣ୍ଡବରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ‘ରାୟ’ର ବେଗ ଘଣ୍ଟାପ୍ରତି ବେଗ ୧୯୫-୨୭୦ କିଲୋମିଟର ଥିଲା । ଏଥିରେ ବହୁ ଘରଦ୍ୱାର ଭାଙ୍ଗିବା ସହିତ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଫିଲିପାଇନ୍ସର ବିପର୍ଯ୍ୟୟ ପ୍ରଶମନ ବିଭାଗ ମୃତ୍ୟୁ ସଂଖ୍ୟା ୧୨ ବୋଲି କହିଛି । ସର୍ବଧିକ ମୃତକଙ୍କ ସଂଖ୍ୟା ଗ୍ରାମାଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କର ମୃତ୍ୟୁ ସାଧାରଣତଃ ଗଛ ପଡ଼ିବାରୁ ହୋଇଥିବା କୁହାଯାଉଛି ।

ତୋଫାନ ‘ରାୟ’ ପୂର୍ବରୁ ସରକାରଙ୍କ ପକ୍ଷରୁ ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା । ସରକାରଙ୍କ ପୂର୍ବ ପ୍ରସ୍ତୁତି ଯୋଗୁଁ ବହୁ ଲୋକଙ୍କ ଜୀବନ ବଞ୍ଚିଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସେଠାରେ ବିଦ୍ୟୁତ ସେବା ଓ ଇଣ୍ଟରନେଟ୍ ସେବା ବିଛିନ୍ନ ହୋଇଛି ।

ରାଜ୍ୟପାଳ କହିଛନ୍ତି ୧.୮୦ ଲକ୍ଷ୍ୟ ଲୋକ ରହୁଥିବା ସ୍ଥାନ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ବିପନ୍ନ ପରିବାରଙ୍କୁ ପାନୀୟ ଜଳ, ଅସ୍ଥାୟୀ ଆବାସ ଏବଂ ଔଷଧ ଯୋଗାଇ ଦେବାକୁ ସେ ଫିଲିପାଇନ୍ସ ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.