Latest Odisha News

BREAKING NEWS

ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତ ବିପକ୍ଷ ସିରିଜରୁ ବାଦ୍ ପଡିଲେ ମେଣ୍ଡିସ, ଦନୁଷ୍କା, ଡିକୱେଲ

କଲମ୍ବୋ: କରୋନା କଟକଣା ନ ମାନି ହୋଟେଲ ବାହାରେ ଧୂମପାନ କରିବା ଶ୍ରୀଲଙ୍କାର କେତେକ କ୍ରିକେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ବିଶୃଙ୍ଖଳିତ ଖେଳାଳିମାନେ ହେଲେ କୁସଲ ମେଣ୍ଡିସ, ଦନୁଷ୍କା ଗୁଣଥିଲକା ଓ ଉଇକେଟକିପର ନିରୋଶାନ ଡିକୱେଲ । ଇଂଲଣ୍ଡ ବିପକ୍ଷ ସିରିଜ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ଏବେ ଭାରତ ବିପକ୍ଷ ସିରିଜରୁ ମଧ୍ୟ ସେମାନଙ୍କୁ ବାଦ୍ ଦିଆଯାଇଛି ।

କରୋନା ମହାମାରୀ ପାଇଁ ଶ୍ରୀଲଙ୍କା ଖେଳାଳିଙ୍କୁ ୨ ସପ୍ତାହ କ୍ୱାରେଂଟାଇନରେ ରହିବା ନିୟମ ଥିଲା । ଏମାନେ ବାୟୋ ବବଲ ଭଙ୍ଗ କରି ହୋଟେଲ ବାହାରକୁ ଯାଇଥିଲେ । ରିପୋର୍ଟ ମୁତାବକ ସେମାନଙ୍କୁ ବର୍ଷେ କିମ୍ବା ଦେଢ଼ବର୍ଷ କ୍ରିକେଟରୁ ବାସନ୍ଦ କରାଯାଇପାରେ ବୋଲି ଶ୍ରୀଲଙ୍କାର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.