Latest Odisha News

BREAKING NEWS

ବିବିସି ଡ୍ୟକୁମେଣ୍ଟାରିକୁ ବିରୋଧ କରି କଂଗ୍ରେସରୁ ଇସ୍ତଫା ଦେଲେ ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ହୋଇଥିବା ବିବିସର ଡକ୍ୟୁମେଣ୍ଟାରିକୁ ବିରୋଧ କରିବା ଦିନକ ପରେ କଂଗ୍ରେସ ଛାଡ଼ିଲେ ଏକେ ଆଣ୍ଟୋନିଙ୍କ ପୁଅ ଅନୀଲ। ସେ କଂଗ୍ରସର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି  “ମୁଁ ଭାରତୀୟ ଜାତୀୟ କଂଗ୍ରସ ଓ କେରଳରେ ଦଳର ସମସ୍ତ ଦାୟିତ୍ୱରୁ ଇସ୍ତଫା ଦେଉଛି। ବାକ୍ ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ଲୋକଙ୍କର ଟ୍ୱିଟ୍‌କୁ ଫେରାଇ ନେବାକୁ କହିବା ଅସହିଷ୍ଣୁତା। ମୁଁ ଏପରି କରିବାକୁ ମନା କରିଦେଲି।”

କହି ରଖୁଛୁ ଯେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ମୋଦୀ ବିରୋଧୀ ମନୋଭାବ ପୋଷଣ କରିଥିବା ବେଳେ ଅନୀଲ କିନ୍ତୁ ଭିନ୍ନ ଆଭିମୁଖ୍ୟ ଆପଣାଇଥିଲେ। ବିସିବିକୁ ବିରୋଧ କରି ସେ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ  ସେ ଲେଖିଥିଲେ ଯେ ଭାରତୀୟ ସଂସ୍ଥାନଙ୍କର ବିବିସି ରିପୋର୍ଟିଂକୁ ଏମିତି ଗୁରୁତ୍ୱ ଦେବା ବହୁତ ଭୟଙ୍କର କଥା। ଏଭଳି ଡକ୍ୟୁମେଣ୍ଟାରି ଭୟଙ୍କର ଉଦାହରଣ ସୃଷ୍ଟି କରିବ। ଯାହା ଆମ ଦେଶର ସ୍ୱାମୀତ୍ୱକୁ ହାନି ପହଞ୍ଚାଇବ। ସେ ଆହୁରି କହିଥିଲେ ଯେ ତାଙ୍କର ବିଜେପି ସହ ମତଭେଦ ଏବେ ବି ଦୃଢ଼ ରହିଛି। ହେଲେ ଏଭଳି ଘଟଣାଗୁଡ଼ିକ ଦେଖାଇବା ଭୟଙ୍କର ଉଦାହରଣ ସୃଷ୍ଟି କରିବ।

ସେପଟେଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଡକ୍ୟୁମେଣ୍ଟାର ସ୍କ୍ରିନିଂକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ହୋଇଥିବା ବିବାଦୀୟ ଡକ୍ୟୁମେଣ୍ଟାରୀ ରାତି ୯ଟାରେ ସ୍କ୍ରିନିଂ ହେବାର ଥିଲା କିନ୍ତୁ ଅଧଘଣ୍ଟାଏ ଆଗରୁ ବିଦ୍ୟୁତ ସେବା ବନ୍ଦ ହୋଇଯାଇଥିଲା ପାଓ୍ୱାର କଟ୍ ହେବା ଯୋଗୁଁ ବାମପନ୍ଥୀ ଏବଂ ଏବିଭିପି ଛାତ୍ରଙ୍କ ମଧ୍ୟରେ ପଥର ଫିଙ୍ଗିବା ଘଟଣା ଘଟିଛି। ବର୍ତ୍ତମାନ କଲେଜ୍ ପରିସରରେ ଅଶନ୍ତୋଷ ଲାଗି ରହିଛି। 

Leave A Reply

Your email address will not be published.