Latest Odisha News

BREAKING NEWS

କ୍ରିକେଟର ପୃଥ୍ୱୀ-ଆକୃତି ସମ୍ପର୍କରେ ଫାଟ !

ମୁମ୍ବାଇ: ଭାରତୀୟ କ୍ରିକେଟର ପୃଥ୍ୱୀ ଶ ଓ ଆକୃତି ଅଗ୍ରୱାଲଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ ହୋଇଛି । ବିବାହ ପୂର୍ବରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ମାର୍ଚ୍ଚ ୨୦୨୬ରେ ଏହି ନିର୍ବନ୍ଧ ହୋଇଥିଲା । ନିକଟରେ ଆକୃତି ସୋସିଆଲ ମିଡିଆରେ ଏ ଭଳି ଏକ ପଦକ୍ଷେପ ନେଇଛନ୍ତି ଯାହା ଫଳରେ ଏହି ସନ୍ଦେହ ସୃଷ୍ଟି ହୋଇଛି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ପୃଥ୍ୱୀଙ୍କ ସହ ସମସ୍ତ ଫଟୋକୁ ଡିଲିଟ କରି ଦେଇଛନ୍ତି । ଏପରିକି ନିର୍ବନ୍ଧ ଫଟୋ ମଧ୍ୟ କାଟି ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେ ପୃଥ୍ୱୀଙ୍କୁ ଅନଫଲୋ ମଧ୍ୟ କରିଛନ୍ତି ।

ଆକୃତି ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ ମୋ ସହିତ ଅନେକ ଥର ବିଶ୍ୱାସଘାତ ହୋଇଛି । ଗୋଟିଏ ବି ଶବ୍ଦ କହି ନ ଥିଲି । ଏବେ ବି ବିଶ୍ୱାସ ହେଉନି ଜୀବନରେ ଗୋଟିଏ ପାଦ ଆଗକୁ ବଢ଼ାଇବା ସତ୍ୱେ…. । ଅବଶ୍ୟ କିଛି ସମୟ ପରେ ସେ ଏହି ପୋଷ୍ଟକୁ ଡିଲିଟ କରି ଦେଇଥିଲେ । ପୃଥ୍ୱୀ କିମ୍ବା ଆକୃତିଙ୍କ ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ବୟାନ ଜାରୀ କରାଯାଇ ନାହିଁ । ଆକୃତି ଜଣେ ମିଡିଆ ଇନଫ୍ଲୁଏନ୍ସର ଓ ଅଭିନେତ୍ରୀ । ଇନଷ୍ଟାଗ୍ରାମରେ ତାଙ୍କର ୩୧ ଲକ୍ଷ ଫଲୋର୍ସ ଅଛନ୍ତି । ନିର୍ବନ୍ଧ ପୂର୍ବରୁ ଉଭୟ ଦୀର୍ଘ ଦିନ ପରସ୍ପରକୁ ଭଲ ପାଉଥିଲେ ।

Leave A Reply

Your email address will not be published.