Latest Odisha News

କାଟ୍ରିନାଙ୍କ ଶାଢି ଆଲିଆଙ୍କୁ ହେଲା ପସନ୍ଦ

ବମ୍ବେ: ବଲିଉଡ଼ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଶାଢି ଆଲିଆଙ୍କୁ ଆସିଛି ପସନ୍ଦ । ଏହି ଶାଢିକୁ ପ୍ରଶଂସା କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି । କାଟ୍ରିନାଙ୍କ ସ୍ୱାମୀ ଭିକିଙ୍କ ପୂର୍ବତନ ପ୍ରେମିକା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ । ଦିନ ଥିଲା ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ କ୍ୟାଟ୍ରିନା । ହେଲେ ଏବେ ସେ ବିକ୍କି କୌଶଲଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି । ଆଲିଆ ବି ରଣବୀରଙ୍କୁ ବିବାହ କରିବା ପରେ କନ୍ୟା ସନ୍ତାନର ଜନନୀ ହୋଇ ଖୁସି ଅଛନ୍ତି । ଅତୀତକୁ ଭୁଲି ଏବେ ଦୁହେଁ ପରସ୍ପରର ଭଲ ବନ୍ଧୁ ପାଲଟିଛନ୍ତି ।

ନିକଟରେ କାଟ୍ରିନା ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ଫଟୋରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଏଥିରେ ଆଲିଆ ପ୍ରତିକ୍ରିୟା ଦେବା ପରେ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାଟ୍ରିନା ହଳଦିଆ ରଙ୍ଗର ଶାଢିରେ ଏକ ଫଟୋ ପୋଷ୍ଟ କରିଥିଲେ । ଏଥିରେ ଆଲିଆ କମେଣ୍ଟ ଦେଇ ବେଶ ସୁନ୍ଦରୀ ଲାଗୁଛ କ୍ୟାଟି ବୋଲି କହିଥିଲେ । ଏଥିସହ ଏକ ହୃଦୟ ଇମୋଜି ମଧ୍ୟ ଥିଲା । ଏବେ ଆଲିଆଙ୍କ କମେଣ୍ଟବେଶ ଭାଇରାଲ ହେଉଛି ।

Leave A Reply

Your email address will not be published.