ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି (+3) ଦ୍ଵିତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଏବଂ ହ୍ଵାଟ୍ସଆପ୍ ମାଧ୍ୟମରେ ଏହି ପ୍ରଶ୍ନପତ୍ର ଘୁରି ବୁଲୁଥିବା ଜଣାପଡ଼ିଛି।କିପରି ହେଲା ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ତେବେ ଏନେଇ କୁଳପତିଙ୍କ ନେତୃତ୍ୱରେ ତଦନ୍ତ କରାଯିବ ବୋଲି କୁହାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ। ଯୁକ୍ତ ୩ ଦ୍ବିତୀୟ ସେମିଷ୍ଟାର ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସେ ସ୍ବୀକାର କରିଛନ୍ତି । WhatsApp ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ। ତେବେ କେଉଁଠୁ ହୋଇଛି ପ୍ରଶ୍ନପତ୍ର ଲିକ୍ କୁଳପତିଙ୍କ ନେତୃତ୍ୱରେ ତାହାର ତଦନ୍ତ କରାଯିବ।
ଏନେଇ ସାଇବର ଥାନାରେ ଏନେଇ ଏତଲା ଦିଆଯିବ । ଯଦି ପ୍ରକୃତରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସାମ୍ନାକୁ ଆସେ ତେବେ ପୁନଃ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି । ଯୁକ୍ତ ୩ର ପ୍ରାୟ ୩୦୦ କଲେଜରେ ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସେପ୍ଟେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଛି ପରୀକ୍ଷା । WhatsAppରେ ଆଗୁଆ ବୁଲୁଥିଲା ଯୁକ୍ତ ୩ ଦ୍ବିତୀୟ ସେମିଷ୍ଟାର ପରୀକ୍ଷାର ସମସ୍ତ ପ୍ରଶ୍ନ ପତ୍ର।

