ଡେନମାର୍କ : ଲିଭର ଟ୍ରାନ୍ସପ୍ଲାଂଟ ନେଇ ଆସିଛି ବଡ ଖବରା ଅଧ୍ୟୟନରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏକ ସଫଳ ଯକୃତ ପ୍ରତିରୋପଣ ଜୀବନକୁ ଏକ ନୂଆ ଦିଗ ଦେଇପାରେ, ହେଲେ ଗବେଷକମାନେ ଦେଖିଛନ୍ତି ନୂଆ ସମସ୍ୟ।। ହ୍ରାସ ପାଇପାରେ ଫୁସଫୁସ୍ କାୟ୍ୟ ର୍ କ୍ଷମତ।। ୟାହା ଆରୋଗ୍ୟ ପ୍ରକ୍ରିୟାକୁ ନେଇ ସୃଷ୍ଟି କରୁଛି ନୂଆ ପ୍ରଶ୍ନ । ଯକୃତ ପ୍ରତିରୋପଣ ପରେ ଫୁସଫୁସ୍ କାର୍ୟ୍ୟକ୍ଷମତାରେ ହ୍ରାସ ପରିଲକ୍ଷିତ ହେଉଛି । ଏକ ସର୍ବଭାରତୀୟ ସ୍ତରୀୟ ଅଧ୍ୟୟନରୁ ଏହା ଜଣାପଡିଛି । ସମାନ ବୟସ କି ସମାନ ଲିଙ୍ଗ ବିଶିଷ୍ଟ ଅନ୍ୟ ବୟସ୍କ ବ୍ୟକ୍ତିଙ୍କ ତୁଳନାରେ ଯକୃତ ପ୍ରତିରୋପଣ କରାୟାଇଥିବା ବ୍ୟକ୍ତିଙ୍କ ଫୁସଫୁସ୍ କାୟ୍ୟ ର୍କ୍ଷମତା କମ୍ ରହୁଛିା ଏବଂ ସେମାନଙ୍କଠାରେ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହେଉଥିବା ଦେଖାଦେଇଛି । ଅଧ୍ୟୟନର ଫଳାଫଳରୁ ସ୍ପଷ୍ଟ ୟେ ଯକୃତପ୍ରତିରୋପଣ ପରେ ଦୀଘ ର୍ସ୍ଥାୟୀ ଫୁସଫୁସ୍ ସମ୍ବନ୍ଧୀୟ ସମସ୍ୟା ଏକ କମ୍ ଚିହ୍ନଟ ହୋଇଥିବା ଏକ ସହ-ରୋଗ ହୋଇପାରେ । ଏହା ତୀବ୍ର ଫୁସଫୁସ୍ ସଂକ୍ରମଣଜନୀତ ସମସ୍ୟା ବ୍ୟତୀତ ଅନ୍ୟାନ୍ୟ ଚିନ୍ତାର ବିଷୟ ମଧ୍ୟ ସୃଷ୍ଟି କରେ । ଡେନମାର୍କର ଏକ ସବ ର୍ବ୍ୟାପୀ ସହରୋଗ ଅଧ୍ୟୟନରୁ ଅନୁସନ୍ଧାନକାରୀ ମାନେ ୫୧୨ଜଣ ବୟସ୍କ ଯକୃତ ପ୍ରତିରୋପଣ ଗ୍ରହୀତାଙ୍କୁ ସାଧାରଣ ଜନସଂଖ୍ୟା ଗୋଷ୍ଠୀରୁ ବୟସ ଓ ଲିଙ୍ଗ ଅନୁସାରେ ଚୟନ କରିଥିଲେ । ୨ହଜାର ୧୦ଜଣ ଅଂଶଗ୍ରହଣକାରୀଙ୍କ ସହ ତୁଳନା କରିଥିଲେ । ଅଂଶଗ୍ରହଣକାରୀଙ୍କ ଠାରେ ଫୋର୍ସଡ ଏକ୍ସପିରେଟୋରୀ ଭଲ୍ୟୁମ ଇନ୍ 1 ସେକେଣ୍ଡ (FEV1), ଫୋର୍ସଡ ଭାଇଟାଲ କାପାସିଟି (FVC), ବାୟୁପ୍ରବାହରେ ପ୍ରତିବନ୍ଧକ ଓ ପ୍ରିଜର୍ଭଡ ରେସିଓ ଇମ୍ପେୟାର୍ଡ ସ୍ପାଇରୋମେଟ୍ରି (PRISm) ଆଦି ମାପିବା ପାଇଁ ସ୍ପାଇରୋମେଟ୍ରି ପରୀକ୍ଷା କରାୟାଇଥିଲା । ଅନୁସନ୍ଧାନକାରୀ ମାନେ ମୋଡିଫାଏଡ୍ ମେଡିକାଲ ରିସଚ୍ଚ ର୍ କାଉନସିଲ୍ ଡିସପ୍ନିଆ ସ୍କେଲ୍ ବ୍ୟବହାର କରି ରୋଗୀଙ୍କ ଦ୍ୱାରା ଅନୁଭୂତ ନିଶ୍ୱାସ ନେବାରେ କଷ୍ଟର ମଧ୍ୟ ମୂଲ୍ୟାୟନ କରିଥିଲେ । ଯକୃତ ପ୍ରତିରୋପଣ ଗ୍ରହୀତାଙ୍କ ମଧ୍ୟରୁ ୧୦.୭ ପ୍ରତିଶତ ଏବଂ ନିୟନ୍ତ୍ରିତ ଗୋଷ୍ଠୀର ୭.୧ ପ୍ରତିଶତ ବ୍ୟକ୍ତିଙ୍କଠାରେ ନିଶ୍ୱାସ ନେବାରେ ପ୍ରତିବନ୍ଧକ ଚିହ୍ନଟ ହୋଇଥିଲା । ଏହା ପାର୍ଥକ୍ୟ ପରିସଂଖ୍ୟାନ ଦୃଷ୍ଟିରୁ ଗୁରୁତ୍ୱର୍ପୂଣ୍ଣ ଥିଲା । ନିୟନ୍ତ୍ରିତ ଗୋଷ୍ଠୀର ୧୧.୮ପ୍ରତିଶତ ତୁଳନାରେ ଗ୍ରହୀତାଙ୍କ ମଧ୍ୟରେ PRISm ସମସ୍ୟା ପ୍ରାୟ ଦୁଇଗୁଣ ବା ୨୩.୮ ପ୍ରତିଶତ ଦେଖାଦେଇଥିଲା । ସମାୟୋଜ ଡିସପ୍ନିଆ ଓ ଫୁସଫୁସ୍ କାୟ୍ୟ ର୍କ୍ଷମତା ହ୍ରାସ ପାଇବା ଦ୍ୱାରା ଡାକ୍ତରମାନେ ଅଧିକ ଫୁସଫୁସ୍ ମୂଲ୍ୟାଙ୍କନ ଆବଶ୍ୟକ କରୁଥିବା ଗ୍ରହଣକାରୀଙ୍କୁ ଚିହ୍ନଟ କରିବାରେ ସାହାୟ୍ୟ କରିପାରନ୍ତି । ସତକର୍ତାର ସହ ନିରୀକ୍ଷଣ ଅସ୍ତ୍ରୋପଚାର ସମୟରେ ଏବଂ ପରେ ତରଳ ପଦାଥ ର୍ ସନ୍ତୁଳନକୁ ସତକ ର୍ତାର ସହ ପରିଚାଳନା କରିବା ଦ୍ୱାରା ପଲ୍ମୋନାରୀ ଏଡିମା ହେବାର ସମ୍ଭାବନା ହ୍ରାସ ପାଇପାରେ ।
BREAKING NEWS
- LIVER TRANSPLANT ପରେ କାମ କରୁନି ଫୁସଫୁସ୍ !
- ଦୁଇ ଭାଗ ହେଲା ଟିଏମସି: ଜାଣନ୍ତୁ ମମତାଙ୍କ ପାର୍ଟିକୁ ମିଳିଲା କେଉଁ ଚିହ୍ନ ଓ ନାଁ
- FILMY FRIDAY: ବକ୍ସ ଅଫିସରେ ‘ଦାୟରା’ VS ‘ଭାଇବ୍’
- Jaundice Outbreak: ସରକାରୀ ଆବାସିକ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ; ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ
- କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା
- Scrub Typhus: ଥମୁନି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ, ଏହି ଜିଲ୍ଲାରେ ୮୦୦ ପାର୍ ଆକ୍ରାନ୍ତ
- ଭୟଭୀତ ହେଲେଣି ବ୍ୟବସାୟୀ! ଟଙ୍କା ଦେବାକୁ ପଡ଼ିବ ବୋଲି UPI ପେମେଣ୍ଟକୁ ନା! ଲାଗିଲାଣି ‘No UPI, Only Cash’ ବୋର୍ଡ!
- ରାଜ୍ୟସଭା କ୍ରସ୍ ଭୋଟିଂ ମାମଲା: ସେପ୍ଟେମ୍ବର ୨୯କୁ ପରବର୍ତ୍ତୀ ଶୁଣାଣି
- PM’s UPI Payment: ଜାଣନ୍ତୁ ନିଜେ କେବେ ଅନଲାଇନ୍ ପେମେଣ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି? ଏପର୍ଯ୍ୟନ୍ତ କେତେ ଟଙ୍କା କରିଛନ୍ତି UPI…
- ୫ ବର୍ଷ ଧରି ବନ୍ଦ ସ୍କୁଲ ଦୁଆର: ଅନ୍ଧାରରେ ଆଫଗାନ୍ ଝିଅଙ୍କ ଭବିଷ୍ୟତ
