Latest Odisha News

BREAKING NEWS

‘ଓଡିଶାରେ ସରକାର ଗଢିଲେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବୁ, ରତ୍ନ ଭଣ୍ଡାରର ସମସ୍ତ ତଥ୍ୟ ସାମ୍ନାକୁ ଆଣିବୁ’

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ଆଜି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ବିଜେଡି ସରକାର ଉପରେ ବର୍ଷିଲେ ଅମିତ ଶାହ । କହିଲେ, ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳରେ ପରିବର୍ତ୍ତନ କରିବାକୁ ଲାଗିଛନ୍ତି । ପରିକ୍ରମା ପ୍ରକଳ୍ପ ନାଁରେ ସରକାର ପୁରୀର ପୁରୁଣା ମଠ ମାନ ଭାଙ୍ଗିଲେ । ହେଲେ ଶ୍ରୀମନ୍ଦିର ୪ ଦ୍ବାର ଖୋଲୁନାହାନ୍ତି, ଯେଉଁକାରଣରୁ ଶ୍ରଦ୍ଧାଳୁ ମାନେ ବହୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ଯଦି ବିଜେପି ସରକାର ଆସେ କେବେ ତୁରନ୍ତ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯିବ ।

ସେହିପରି ରତ୍ନ ଭଣ୍ଡାର ଚାବି କୁଆଡେ ଗଲା ବୋଲି ପ୍ରଶ୍ନ ପଚାରିଛନ୍ତି ଶାହ । ଆଉ ଡୁପ୍ଲିକେଟ ଚାବି କିଏ ତିଆରି କଲା କହି ଗର୍ଜିଛନ୍ତି କେନ୍ଦ୍ରମନ୍ତ୍ରୀ । ଡୁପ୍ଲିକେଟ ଚାବିରେ ରତ୍ନ ଭଣ୍ଡାର ଖୋଲାହେଇଛି କି ବୋଲି ପ୍ରଶ୍ନ କରିଛନ୍ତି ଶାହା ।

ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶାହ । ଆହୁରି କହିଛନ୍ତି କାହାକୁ ନବୀନ ସରକାର ନିଜ ଛତ୍ର ଆଢୁଆଳରେ ରଖିବାକୁ ଚାହୁଁଛନ୍ତି ଯେଉଁକାରଣରୁ ରତ୍ନ ଭଣ୍ଡାରର ପ୍ରକୃତ ସତ ଘଟଣା ବାହାରକୁ ଆଣିବାକୁ ଦିଆଯାଉନାହିଁ । ଯଦି ଓଡିଶାରେ ବିଜେପି ସରକାର କ୍ଷମତାକୁ ଆସେ ତେବେ ରତ୍ନଭଣ୍ଡାରକୁ ନେଇ ସମସ୍ତ ତଥ୍ୟ ୬ ଦିନରେ ସାର୍ବଜନୀନ ହେବ ବୋଲି ଶାହା ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.