Latest Odisha News

BREAKING NEWS

ବଲିଉଡ୍ ଛାଡ଼ିବାକୁ ଚାହୁଁଥିଲେ ଶେହନଶାହ

ନୂଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଗତ ପାଞ୍ଚ ଦଶନ୍ଧି ଧରି  ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ରହିଛନ୍ତି। ସେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ହେଲେ ଆପଣ ଜାଣିଛନ୍ତି, ବଲିଉଡର ଏହି ଶେହନଶାହ ଦିନେ ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ବଲିଉଡର ଜଣେ ଦିବଂଗତ ଅଭିନେତା ତାଙ୍କୁ ନୂଆ ରାସ୍ତା ଦେଖାଇଥିଲେ ।

ଶୋଲେ, ଅଗ୍ନିପଥ, ଦୀବାର ଓ ଶହେନଶାହ ପରି ଅନେକ ସୁପରହିଟ୍ ଫିଲ୍ମରେ ନିଜ ଅଭିନୟରେ ପ୍ରଶଂସକଙ୍କ ହୃଦୟ ଜିତିଥିବା ଅମିତାଭ ତାଙ୍କ  କ୍ୟାରିୟର ଆରମ୍ଭରେ ଅନେକ ବିଫଳତାର ସମୁଖୀନ ହୋଇଥିଲେ । ସମୟ ଏମିତି ଥିଲା ଯେତେବେଳେ ତାଙ୍କର ଫିଲ୍ମ ଲଗାତର ଫ୍ଲପ୍ ହୋଇଚାଲିଥିଲା । ଫଳରେ କୌଣସି ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରେ ନେବାକୁ ଚାହୖୁଁ ନଥିଲେ । ସାତ ହିନ୍ଦୁସ୍ତାନି(୧୯୬୯), ସଂଯୋଗ (୧୯୭୨), ପ୍ୟାର କି କହାନୀ (୧୯୭୧), ରାସ୍ତେ କା ପଥର (୧୯୭୨), ଜବାନ (୧୯୭୨), ଏକ ନଜର (୧୯୭୨), ବଂଶୀ ବିରୁଜ (୧୯୭୨), ବନ୍ଧେ ହାତ (୧୯୭୩) ପରି କିଛି ଫିଲ୍ମ ଅମିତାଭଙ୍କ ଫ୍ଲପ୍ ରହିଥିଲା ।

ରିପୋର୍ଟସ୍ ଅନୁଯାୟୀ, ଫିଲ୍ମ କ୍ୟାରିୟରରେ ବିଫଳତା କାରଣରୁ ଅମିତାଭ ସବୁଦିନ ପାଇଁ ମୁମ୍ୱାଇ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ସମୟରେ ବଲିଉଡର ଦିବଂଗତ ଅଭିନେତା ମନୋଜ କୁମାର ତାଙ୍କୁ ଆଉ ଏକ ସୁଯୋଗ ଦେବା ପାଇଁ  ଚିନ୍ତା କରିଥିଲେ। ଏମିତିକି ତାଙ୍କ ସହ କାମ କରିବାକୁ ଅଫର୍ ଦେଇଥିଲେ । ଏହାପରେ ଅମିତାଭ ମନୋଜ କୁମାରଙ୍କ ସହ ମିଶି ଫିଲ୍ମ କରିଥିଲେ । ଫିଲ୍ମ ରୋଟି କପଡ଼ା ଓ ମକାନ୍ (୧୯୭୪)ରେ କାମ କରିଥିଲେ । ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା । ଏହା ଅମିତାଭ ବଚ୍ଚନଙ୍କ କ୍ୟାରିୟରର ପ୍ରଥମ ବ୍ଲକବଷ୍ଟର ଫିଲ୍ମ ଥିଲା । ଏହାପରେ ଅମିତାଭ ଆଉ ପଛକୁ ଚାହିଁ ନଥିଲେ।

Leave A Reply

Your email address will not be published.