Latest Odisha News

BREAKING NEWS

କାନାଡାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତି ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ନୂଆଦିଲ୍ଲୀ: ବିଦେଶରେ ବିଶେଷ କରି କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଶୁକ୍ରବାର ଖଲିସ୍ତାନୀ ସମର୍ଥକମାନେ ମହାତ୍ମା ଗାନ୍ଧୀଙ୍କ ମୂର୍ତିକୁ ଭାଙ୍ଗବା ସହ ସେଠାରେ ନିଜର ପତାକା ଲଗାଇଛନ୍ତି । ଏଥିସହ ସେମାନେ ଅପମାନଜନକ ଶବ୍ଦ ଲେଖିଛନ୍ତି । ୨୦୧୨ରେ ଭାରତ ସରକାରଙ୍କ ପକ୍ଷରୁ ଏହି ମୂର୍ତି ଉପହାର ବାବଦରେ କାନାଡା ସରକାରଙ୍କୁ ଦିଆଯାଇଥିଲା । ଲଣ୍ଡନ ଓ ସ୍ୟାନ ଫ୍ରନେସିସ୍କୋରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଭାରତ ବିରୋଧୀ ପ୍ରଦର୍ଶନ କରିଥିଲେ । କାନାଡା ସରକାର ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଥିଲେ ମଧ୍ୟ ଏହା ଖଲିସ୍ତାନୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନାହିଁ ।

ଭାରତୀୟ ରାଜଦୂତ କାନାଡାର ବ୍ରିଟିଶ କଲମ୍ବିଆରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି । ଅମ୍ରିିତପାଲ ସିଂ ଘଟଣା ପରେ ଖଲିସ୍ତାନୀ ମଧ୍ୟ ଉଗ୍ର ହୋଇ ଉଠିଛନ୍ତି । ଫେରାର ଅମ୍ରିତପାଲଙ୍କୁ ଧରିବାରେ ଏବେ ବି ପଞ୍ଜାବ ସରକାର ସଫଳ ହୋଇପାରି ନାହିଁ ।

Leave A Reply

Your email address will not be published.