Latest Odisha News

ସରିଲା ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ନିର୍ବନ୍ଧ; କାର୍ଯ୍ୟକ୍ରମରେ ଯୋଗ ଦେଲେ ବଲିଉଡ୍‌ ଷ୍ଟାର୍

ମୁମ୍ବାଇ: ଗତକାଲି ରିଲାଏନ୍ସ ଇଣ୍ଡଷ୍ଟ୍ରି ମାଲିକ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ନିର୍ବନ୍ଧ ଶେଷ ହୋଇଛି। ପରିବାର ଓ ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶାହରୁଖା ଖାନ୍, ରଣବୀର କପୁର, ଐଶ୍ୱର୍ଯ୍ୟାଙ୍କ ଭଳି ବହୁ ବଲିଉଢ୍ ଷ୍ଟାର୍‌ ଯୋଗ ଦେଇଥିଲେ।

BjdElectrycity

ତେବେ କାର୍ଯ୍ୟକ୍ରମ ପୂର୍ବରୁ ଇସା ଅମ୍ବାନୀ ଓ ପରିବାର ରାଧିକ ମର୍ଚ୍ଚାଣ୍ଟଙ୍କ ଘରେ ପହଞ୍ଚି ସାରିଥିଲେ। ସେଠାରେ ମର୍ଚ୍ଚାଣ୍ଟ ପରିବାର ଅମ୍ବାନୀଙ୍କୁ ପରିବାରକୁ ସାଦରେ ପଛୋଟି ନେବା ସହ ଇସାଙ୍କ ଘୋଷଣା ପରେ ମୁଦି ପିନ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନନ୍ତ ତାଙ୍କ ଜୀବନ ସାଥି ରାଧିକାଙ୍କୁ ମୁଦି ପିନ୍ଧାଇଥିଲେ। ତେବେ ତା ପୂର୍ବରୁ ବିଧି ଅନୁସାରେ ଗୋଲ ଧନ ଏବଂ ଚୁନରୀ ବିଧିର ପାଳନ କରାଯାଇଥିଲା।


ପାରମ୍ପରିକ ଭାବେ ଲଗ୍ନ ପତ୍ରିକା ପଢ଼ିବା ପରେ ଗଣେଶ ପୂଜାରୁ ନିର୍ବନ୍ଧ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଦି ପିନ୍ଧା ପରେ ଦମ୍ପତି ଶ୍ରୀ କୃଷ୍ଣ ମନ୍ଦିର ଯାଇ ଆଶୀର୍ବାଦ ନେଇଥିଲେ।

Anant Ambani and Radhika Merchant pose for a family picture. (Photo: Yogen Shah)

ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାନ୍‌ ପତ୍ନୀ ଗୌରୀ ଓ ପୁଅ ଆର୍ଯ୍ୟନଙ୍କ ସହ ଯୋଗ ଦେଇଥିଲେ। ସେହିପର ରଣବୀର ଓ ଦୀପିକା ପାଦୁକୋନଙ୍କ ଯୋଡ଼ିକୁ ମଧ୍ୟ ଫଟୋ ଶେସନରେ ଦେଖିବାକୁ ମିଳିଥିଲା।

Aishwarya Rai Bachchan

ବଚ୍ଚନ ପରିବାର ବୋହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ମଧ୍ୟ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ତା ସହ କିରଣ ରାଓ, କ୍ୟାଟ୍ରିନା କୈଫ୍, ଶ୍ରୀୟା ଘୋଷାଲ୍ ଆଦି ଅନେକ ବଲିଉଡ୍ ଷ୍ଟାର୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Ranveer Singh and Deepika Padukone at Anant Ambani's engagement.

ଅନନ୍ତ ଓ ରାଧିକା-

ଅନନ୍ତ ଓ ରାଧିକ କିଛି ବର୍ଷ ହେବ ପରସ୍ପରକୁ ଜାଣିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଏ। ଅନନ୍ତ ଅମ୍ବାନୀ ଆମେରିକାର ବ୍ରାଉନ ୟୁନିଭର୍ସିଟିରେ ଗ୍ରାଜୁଏଟ୍ ପାସ୍ କରିଥିବା ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ବିଭିନ୍ନ ଦାୟିତ୍ୱ ସମ୍ଭାଳୁଛନ୍ତି। ସେ ବର୍ତ୍ତମାନ ରିଲାଏନ୍ସର ଏନର୍ଜୀ ବିଜ୍‌ନେସ ଦାୟିତ୍ୱରେ ଅଛନ୍ତି।

ସେହିପରି ଶୈଳା ଓ ବିରେନ ମାର୍ଚାଣ୍ଟଙ୍କ ଝିଅ ରାଧିକ ନ୍ୟୁୟର୍କ ୟୁନିଭର୍ସିଟିରେ ଗ୍ରାଜୁଏସନ ସାରିବା ପରେ ବୋର୍ଡ ଅଫ୍‌ ଏନକୋର ହେଲ୍ଥ କେୟାର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି।

Leave A Reply

Your email address will not be published.