Latest Odisha News

BREAKING NEWS

ଆନ୍ଦୋଳନରତ ରେସଲରଙ୍କୁ ଭେଟିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦେଶ ଲାଗି ଗର୍ବ ଆଣିଥିବା କୁସ୍ତିଯୋଦ୍ଧା ନ୍ୟାୟ ଲାଗି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେବା ପରେ ସାରା ଦେଶରେ ସୃଷ୍ଟି ହୋଇଛି ପ୍ରତିକ୍ରିୟା । ରେସଲରଙ୍କୁ ଭେଟିଛନ୍ତି ଅନୁରାଗ ଠାକୁର । ମି-ଠୁ ଅଭିଯୋଗ ଅତି ସାଂଘାତିକ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ । ଇସ୍ତଫା ଦେବା ଲାଗି ଫେଡେରେସନ ସଭାପତି ବ୍ରିଜ ଭୂଷଣ ଶରନ ସିଂଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଦ୍ବିତୀୟ ଦିନରେ ଆନ୍ଦୋଳନ ଜାରି ରହିଥିବାବେଳେ ନିଜ ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନରତ ରେସଲର ।

ସେମାନେ ରେସଲିଂ ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରନ ସିଂ ସମେତ କେତେକ କୋଚ୍‌ଙ୍କ ବିରୋଧରେ ଆଣିଥିଲେ ମି-ଠୁ ଅଭିଯୋଗ । ତେବେ ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଫେଡେରେସନକୁ ନିର୍ଦ୍ଦେଶ ଦେଇଛି କ୍ରୀଡ଼ା ମନ୍ତ୍ରାଳୟ ।

ହୋଇଥିବା ଅଭିଯୋଗର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ବି ଗଠନ ହୋଇପାରେ ବୋଲି ଜଣାପଡ଼ିଛି । ବିକ୍ଷୋଭରେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସରିତା ମୋର, ସୁମିତ ମଲିକଙ୍କ ସମେତ ବହୁ ପ୍ରତିଷ୍ଠିତ ରେସଲର ସାମିଲ ହୋଇଥିଲେ । କେବଳ ଲକ୍ଷ୍ମୌ ନ୍ୟାସନାଲ କ୍ୟାମ୍ପ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ବି ବ୍ରିଜ ଭୂଷଣ ଓ କୋଚ ଯୌନ ଶୋଷଣ କରିଛନ୍ତି ବୋଲି ରେସଲର ଅଭିଯୋଗ କରିଥିଲେ ।

 

Leave A Reply

Your email address will not be published.