Latest Odisha News

BREAKING NEWS

ପଦଯାତ୍ରା ରୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ରାଜନୀତିରେ ଏଭଳି ଅନେକ କଥା ଏଭଳି ଅନେକ ପ୍ରୟାସ ସାମିଲ ହେଇଛି ଯାହା ବର୍ତ୍ତମାନ ସୁଦ୍ଧା ସ୍ୱର୍ଣ୍ଣିମ ଅକ୍ଷରରେ ଲେଖା ହେଇ ରହିଛି । ରାଜନୀତି କୁ ସେବା ଭାବିରେ ନେଇ ବହୁ ରାଜନେତା ତାଙ୍କର ଏକ ଅନନ୍ୟ ଚିନ୍ତାଧାରାର ଭାବମୂର୍ତ୍ତି ନିର୍ମାଣ କରି ପାରିଛନ୍ତି । ଯଦି ଆମେ ସେହି ସବୁ ଘଟଣା ସେହି ସବୁ କାହାଣୀ ଉପରେ ନଜର ପକେଇବା ତେବେ ଆମେ ଜାଣିପାରିବା ଯେ ଏହି ଦେଶ ରେ ରାଜନୀତିର ଧାରା କୁ ବଦଳେଇବା ପାଇଁ କିଏ କେତେ ପ୍ରାୟଶ କରିଛନ୍ତି । ବର୍ତ୍ତମାନ ରାଜନୀତି ସମ୍ପୂର୍ଣ ଭାବରେ କଳୁଷିତ ହେଇଯାଇଛି। ଜନତାଙ୍କ ସ୍ୱାର୍ଥ ପଛରେ ନିଜର ସ୍ୱାର୍ଥ ଅଧିକ ମହତ୍ୱ ବହନ କରୁଛି । କିନ୍ତୁ ସ୍ଵାଧୀନତା ଲଢେଇ ସମୟରେ ଦେଶର ପିତା ମହାତ୍ମା ଗାନ୍ଧୀ  ଯେଭଳି ଅହିଂସା ମାର୍ଗରେ ଚାଲି ଦାଣ୍ଡି ଯାତ୍ରାର ପ୍ରଥା ଆରମ୍ଭ କରିଥିଲେ ଆଜି ସେଇଭଳି କିଛି ପ୍ରତିଛବି ଦେଖିବାକୁ ମିଳୁଛି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପଦ ଯାତ୍ରା ହେଉ ଅବା ବିଜେପିର ଆଡଭାନୀଙ୍କ ରଥଯାତ୍ରା। ଏହି ଯାତ୍ରା ଦେଶ ଜନମାନସକୁ ଜାଗ୍ରତ କରିବାରେ ବେଶ ସହାୟକ ହୋଇଥିଲା। ତାସହ ଦେଶ ରାଜନୀତିରେ ଅନେକ ପରିବର୍ତ୍ତନ ଆଣିଥିଲେ  ।

ବର୍ତ୍ତମାନ ବଡ ବଡ ରାଜନେତାଙ୍କ ପଥ ଅନୁସରଣ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ବାହାରି ପଡିଛନ୍ତି। ତେବେ ଯାତ୍ରାର ଉଦ୍ଦେଶ୍ୟ ହେଉଛି କଂଗ୍ରେସକୁ ପୁଣି ଶକ୍ତିଶାଳୀ କରିବା, ତୃଣମୂଳସ୍ତରରେ ଲୋକ ମାନଙ୍କ ପାଖରେ ପହଞ୍ଚିବା ସହ କେନ୍ଦ୍ରର ପ୍ରତିଶୃତି ସରକାରଙ୍କ ବିରୋଧରେ ଲୋକ ଅସୁବିଧା ପଚାରି ବୁଝିବା ।  ବିରୋଧୀ  ଓ ରାଜନୈତିକ ସମୀକ୍ଷକ ଏହାକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ରଣନୀତି ବୋଲି କହୁଥିବା ବେଳେ କଂଗ୍ରେସ କିନ୍ତୁ ଭାରତର ଏକତା ଓ ଭାଇଚାରାର ପାଇଁ  ଏହି ଯାତ୍ରା କରାଯାଉଥିବାର କହିଛି  । କଂଗ୍ରେସ କହୁଛି ଏସବୁ ପଛରେ କିଛି ରାଜନୈତିକ ରଣନୀତି ନାହିଁ । ଆମେ ଲୋକ ଙ୍କ ସମସ୍ୟା ପାଖରେ ପହଂଚିବାକୁ ଚାହୁଁଛୁ ଏବଂ ତାଙ୍କ ସମସ୍ୟା ଶୁଣିବାକୁ ଚାହୁଁଛୁ । ଦରଦାମ ବୃଦ୍ଧି ମୋଦୀ ସରକାରଙ୍କର ବିିଫଳତା କୁ ଲୋକଙ୍କ ନିକଟରେ ପହଁଚାଇବୁ  ।  କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୧୫୦ ଦିନିଆ ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ। ଏହି ସମୟରେ ସେ ୩୦୦୦ କିମିରୁ ଅଧିକ ଦୂରତା ଅତିକ୍ରମ କରିବେ। ସେପ୍ଟେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ସପ୍ତମ ଦିନରେ ପହଞ୍ଚିଛି। ତାଙ୍କ ଯାତ୍ରାକୁ ନେଇ ଆରମ୍ଭରୁ ଅନେଇ ବିବାଦ ଜାରି ରହିଛି। ରାହୁଲଙ୍କ ମହଙ୍ଗା ଟି ସାର୍ଟ ହେଉ କି, ପାଦ୍ରୀଙ୍କ ସହ ସାକ୍ଷାତ କିମ୍ବା ତାଙ୍କ କଣ୍ଟେନର। ଏସବୁ ନେଇ ବିବାଦରେ ମଧ୍ୟ ରହିଛନ୍ତି ରାହୁଲ। ଏହାକୁ ନେଇ ଟ୍ୱିଟ ବାଣ ମଧ୍ୟ ଦେଖିବାକୁ ଲାଗିଛି ।

ସ୍ଵାଧୀନତା ଲଢେଇ ସମୟରେ  ମହାତ୍ମା ଗାନ୍ଧୀ  ଯେଭଳି ଅହିଂସା ମାର୍ଗରେ ଚାଲି ଦାଣ୍ଡି ଯାତ୍ରାର ପରାଧୀନ ଭାରତବାସୀଙ୍କ ଉପରେ ଏପରି ପ୍ରଭାବ  ପକାଇଥିଲା ଇଂରେଜ ବିରୁଦ୍ଧରେ ଲଢିବା ପାଇଁ ଏକଜୁଟ କରାି ପାରିଥିଲା  । ଯାହା ସ୍ୱଧୀନ ଭାରତ ପାଇଁ ରାସ୍ତା ଦେଖାଇଥିଲା  ।  ସ୍ୱଧୀନତା ପରେ ଦେଶର ଯାତ୍ରା ଉପରେ ନଜର ପକାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ୧୯୮୩ରେ କନ୍ୟାକୁମାରୀ ଦିଲ୍ଲୀ ପର୍ଯ୍ୟନ୍ତ ୪୦୦୦ କିଲୋମିଟରର ପଦ ଯାତ୍ରା କରିଥିଲେ। ତାଙ୍କ ଯାତ୍ରାକୁ ଜନତାଙ୍କ ବ୍ୟାପକ ଜନ ସମର୍ଥନ ମିଳିଥିଲା। ଆବାଳ ବୃଦ୍ଧ ବନିତା ସମସ୍ତେ ସ୍ଵତଃପ୍ରବୃତ ଭାବେ ତାଙ୍କ ପଦରେ ଯୋଡି ହୋଇ ଚାଲିଥିଲେ। ଚନ୍ଦ୍ରଶେଖରଙ୍କ ଯାତ୍ରାର ଉଦ୍ଦେଶ ଥିଲା ଭାରତକୁ ଚିହ୍ନିବା ଏବଂ ଲୋକଙ୍କୁ ଜାଗ୍ରତ କରିବା। କିନ୍ତୁ ଚନ୍ଦ୍ରଶେଖରଙ୍କ ଯାତ୍ରାର ସଫଳତା ଗୋଟିଏ ନିର୍ବାଚନ ପରେ ମିଳିଥିଲା  ।   ସେହିପରି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ରଥ ଯାତ୍ରା ବାହାର କରିଥିଲେ। ତାଙ୍କର ରଥ ଯାତ୍ରା ୧୯୯୦ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇ ଅକ୍ଟୋବର ୩୦ରେ ସଂପନ୍ନ ହୋଇଥିଲା। ବିଜେପିର ଏହି ରଥ ଯାତ୍ରା ଦେଶ ରାଜନୀତିର ଅଲେକ ପରିବର୍ତ୍ତନ ଆଣିଥିଲା । ଦେଶରେ ବିଜେପିକୁ ନିଜର ସ୍ଥିତି ସୁଦୃଢ କରିବାରେ ମୂଳଦୁଆ ପକାଇଥିଲା।

ଯାତ୍ରାର ପ୍ରଭାବ ଏମିତି ଥିଲା ଯେ, ୨୦୦୩ରେ ଓ୍ଵାଇଏସ ଆର ୧୫୦୦ କିମି ଯାତ୍ରା କରିଥିଲେ ଏବଂ ୨୦୦୪ରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଚନ୍ଦ୍ରବାବୁ ନାଇଡୁ ୨୦୧୩ରେ ୧୭୦୦ କିଲୋମିଟର ଯାତ୍ରା ବାହାର କରିଥିଲେ ଏବଂ ୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ। ୨୦୧୭ରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ୩୩୦୦ କିମିର ପଦ ଯାତ୍ରା କରିଥିଲେ ଏବଂ ୨୦୧୮ରେ କଂଗ୍ରେସ ମଧ୍ୟ ପ୍ରଦେଶରେ ସରକାର ଗଠନ କରିପାରିଥିଲା। ପୁଣି ଜଗନମୋହନ ୨୦୧୭ରେ ୩୬୪୮ କିମିର ଯାତ୍ରା କରିଥିଲେ ଏବଂ ୨୦୧୯ରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥିରୁ ସ୍ପଷ୍ଟ ଯେ, ଯାତ୍ରାର ରାଜନୈତିକ ସଫଳତା ମିଳିବା ସହ ଶାସନର ଡୋରି ହାତକୁ ଆସିଛି  ।

ତେବେ ରାହୁଲଙ୍କ ପଦ ଯାତ୍ରା ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ହେବାରେ ଲାଗିଛି  । ଏହି ଯାତ୍ରା  ସଫଳ ହେବ କି ନାହିଁ  ? ରାହୁଲ  କଣ ଚନ୍ଦ୍ରଶେଖରଙ୍କ ପରି ଜନତାଙ୍କୁ ନିଜ ପ୍ରତି ଆକର୍ଷିତ କରିପାରିବେ? ଏହି ଯାତ୍ରା ମାଧ୍ୟମରେ ୨୦୨୪ ରେ  କଂଗ୍ରେସ ଦେଶର ଶାସନ ଆସିପାରିବ କି ?

କାରଣ ଭାରତରେ ରାଜନେତା ମାନେ ହେଲିକ୍ୟାପ୍ଟର କିମ୍ୱା ଦାମୀ କାର ମାଧ୍ୟମରେ ଲୋକଙ୍କ ପାଖକୁ ପହଁଚିଥାନ୍ତି  । ଯଦି ଆମେ ରାହୁଲ ଗାନ୍ଧୀଙ୍କ ପଦ ଯାତ୍ରା ଉପରେ ନଜର ପକେଇବା ତେବେ ନା ସେ ତାଙ୍କ ସହ ସୁରକ୍ଷା ବାହିନୀ ନେଇ ଚାଲିଛନ୍ତି, ନା ଦାମୀ ହୋଟେଲ ରେ ରହିବା କୁ ଯୋଜନା କରିଛନ୍ତି । ସାଧାରଣ ଲୋକ ଙ୍କ ପାଖରେ ପହଞ୍ଚିବା ପାଇଁ ନିଜର ପ୍ରସ୍ତୁତି ମଧ୍ୟ ସାଧାରଣ ରଖିଛନ୍ତି ଯେଉଁଠି ଅନ୍ୟ ନେତା ମାନଙ୍କ ତୁଳନା ରେ ଏହା ଭିନ୍ନ । ରାହୁଲଙ୍କ ଏହି ପଦ ଯାତ୍ର   ତୃଣମୂଳସ୍ତରରେ ଲୋକ ମାନଙ୍କ ପାଖରେ ପହଞ୍ଚିବା ସହ ରାହୁଲଙ୍କ ରାଜନୈତିକ ଭାବମୂର୍ତ୍ତି ପରିବର୍ତ୍ତନ କରିବାରେ ସହଯୋଗ ହୋଇପାରେ । ଯାହା ୨୦୨୪ ପୂର୍ବରୁ  କଂଗ୍ରେସ ପାଇଁ ଏହି ପଦଯାତ୍ରା ସଂଜୀବନୀ ଭାବେ କାର୍ଯ୍ୟ କରିପାରେ  । ଯଦି ୨୦୨୪ ରେ କଂଗ୍ରେସ  ସଫଳ ନହୁଏ ସେ ଏକ ସଶକ୍ତ ବିରୋଧି ହେବା ସହ ୨୦୨୯ ନିର୍ବାଚନ ପାଇଁ  ରାହୁଲ ଏବେ ଠାରୁ ଶକ୍ତି ଯୋଗାଡ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଭଳି ଶାସନକୁ ଆସିପାରିବେ ବୋଲି  ଜାତୀୟ ରାଜନୈତିକ ସମୀକ୍ଷକ ମତ ରଖନ୍ତି  ।

 

 

 

Leave A Reply

Your email address will not be published.