Latest Odisha News

BREAKING NEWS

ଖୋଲିବ କ୍ୟାମେରାମ୍ୟାନ୍ ମର୍ଡର ମିଷ୍ଟ୍ରି: ସତ ଉଗାରିବେ ଶର୍ମିଷ୍ଠା, ନିରଞ୍ଜନ

୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଉପରୁ ହଟିବ ପରଦା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଧରାପଡ଼ିବା ପରେ ମର୍ଡର ମିଷ୍ଟ୍ରି ଭେଦିବ କ୍ରାଇମବ୍ରାଞ୍ଚ । ଆଜିଠୁ ୪ ଜଣ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଓ ରାଜ୍ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ୪ ଜଣଙ୍କୁ ୫ ଦିନ ଧରି ଜେରା କରାଯିବ ।

୧୦ ଦିନ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସି ୫ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ରିମାଣ୍ଡରେ ଅଭଯୁକ୍ତଙ୍କୁ ମୁହଁରୁ ଗୋଟି ଗୋଟି ସତ ବାହାର କରିବ ତଦନ୍ତକାରୀ ଟିମ୍ । ପ୍ରଥମେ ଜଣ ଜଣ କରି ଜେରା କରାଯିବ । ପରେ ମୁହାଁମୁହିଁ ବସାଇ ପଚରାଉଚରା ଚାଲିବ ବୋଲି ସୂଚନା ମିଳିଛି ।

ମୁଖ୍ୟ ଅଭିଯୁକ୍ତ ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀଙ୍କୁ ସାମନା ସାମନି ବସାଇ ଜେରା କରିବ କ୍ରାଇମବ୍ରାଞ୍ଚ । ଏମାନଙ୍କୁ ମାନସଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ସ୍ଥାନକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ ବି କରାଯିବ । ଆବଶ୍ୟକ ହେଲେ ସେମାନଙ୍କର ପଲିଗ୍ରାଫ ଟେଷ୍ଟ ବି ହୋଇପାରେ ।

ମାନସ ସ୍ୱାଇଁ ହତ୍ୟା ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇ ରହିଛି । କେମିତି ଓ କେଉଁ ପରିସ୍ଥିତିରେ ସେମାନେ ମାନସଙ୍କୁ ଅପହରଣ କଲେ ? ହତ୍ୟା ପଛର ପ୍ରକୃତ ରହସ୍ୟ କଣ ? କେବଳ ମେମୋରୀ କାର୍ଡ ପାଇଁ ନା ଆଉ କିଛି କାରଣ ଅଛି ?

ଶର୍ମିଷ୍ଠା ଓ ନିରଞ୍ଜନଙ୍କର କିଛି ରହସ୍ୟ ଜାଣିଥିଲେ କି ମାନସ ? ଯେଉଁଥିପାଇଁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲେ । ଏଭଳି ଅନେକ ପ୍ରଶ୍ନ ଉତ୍ତର ୪ ଅଭିଯୁକ୍ତଙ୍କ ମୁହଁରୁ ବାହାର କରିବ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.