Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ସରକାରଙ୍କ ପାଖରେ ନାହିଁ ଖବର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀ ଦିନ ଦ୍ବିପ୍ରହରରେ ପ୍ରବେଶ କରି ନିଜ ଯୋଜନାର ପ୍ରଚାର କରି ଲୋକଙ୍କୁ ନିଜ ସମର୍ଥନରେ ନେବାକୁ ପ୍ରୟାସ କରୁଛନ୍ତି। ଅଥଚ ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ଖବର ନାହିଁ।

BjdElectrycity

ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ଅଣତାରକା ପ୍ରଶ୍ନରେ ରାଜ୍ୟ ସରକାରଙ୍କ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ସିକ ଅତ୍ଯନ୍ତ ଆଶ୍ଚର୍ଯ୍ୟ ଜନକ ଭାବରେ ଏପରି କିଛି କହିଛନ୍ତି। ଯେଉଁଥିରୁ ସ୍ପଷ୍ଟ ହୋଇଛି ରାଜ୍ୟ ସରକାରଙ୍କର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କୋଟିଆବାସୀଙ୍କ ପ୍ରତି ସରକାରଙ୍କର କିଭଳି ଆନ୍ତରିକତା ରହିଛି।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ଆନ୍ଧ୍ର ସରକାର ୨୦୨୧ରୁ ଭତ୍ତା କିମ୍ବା ରାସନ ସାମଗ୍ରୀ ବାଣ୍ଟୁଥିବାର କିମ୍ବା ରାସ୍ତା ତିଆରି କରୁଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ କୌଣସି ଖବର ନାହିଁ। ଯଦି ସେଭଳି କିଛି କାର୍ଯ୍ୟକଳାପ ନଜରକୁ ଆସେ ତାହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

କୁସୁମ ଟେଟେ ଅଣତାରକା ପ୍ରଶ୍ନ ଜରିଆରେ ଜାଣିବାକୁ ଚାହିଁଥିଲେ ଯେ, ୨୦୨୧ରୁ କୋଟିଆରେ ଆନ୍ଧ୍ର ଅଧିକାରୀ କେତେ ଥର ଅନୁପ୍ରବେଶ କରିଛନ୍ତି। ସେଠାକାର ଲୋକଙ୍କୁ କଣ ସବୁ ସୁବିଧା ଯୋଗାଇଛନ୍ତି ଆଉ ସରକାର ସେହି ଅଧିକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

 

Leave A Reply

Your email address will not be published.