Latest Odisha News

ଲାଞ୍ଚ ନେଇ ଧରା ପଡିଲେ ଜେଇ

ନୂଆପଡା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନୂଆପଡା ସଦର ୱେସକୋର କନିଷ୍ଠ ଯନ୍ତ୍ରୀ ରାଜକିଶୋର ସାହୁ । ଉଠା ଜଳସେଚନ ପଏଣ୍ଟକୁ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି ।

ନୂଆପଡା ସଦର ବ୍ଲକ ଝିଲମିଲା ଗାଁର ଲାଲୁ ସାହୁ ସ୍ତ୍ରୀଙ୍କ ନାଁରେ ଏକ ଉଠା ଜଳସେଚନ ପଏଣ୍ଟ ରହିଛି । ଏଥିରେ ନୂତନ ବିଦ୍ୟୁତ ସଂଯୋଗ ନେବା ପାଇଁ ସେ ୱେସକୋରେ ଆବେଦନ କରିଥିଲେ । ତେବେ ଏଥି ପାଇଁ ଯନ୍ତ୍ରୀ ରାଜକିଶୋର ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ଏ ନେଇ ଲାଲୁ ଭିଜିଲାନ୍ସରେ ଜଣାଇଥିଲେ । ଆଜି ରାଜକିଶୋର ଲାଲୁଙ୍କଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଥିଲେ । ଏଥି ସହ ନୂଆପଡାସ୍ଥିତ ତାଙ୍କ ଭଡାଘର ଓ ଜଗତସିଂହପୁରସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢଉ କରାଯାଇଛି ।

Leave A Reply

Your email address will not be published.