Latest Odisha News

BREAKING NEWS

ଅଭାବି ଅଞ୍ଜନଙ୍କ କୃଷି କରିସ୍ମା: ଯୁବ ଭାଗଚାଷୀଙ୍କ ଆତ୍ମନିର୍ଭରଶୀଳ କାହାଣୀ

ଭଦ୍ରକ: ଜିତାନଗା ଗାଁର କ୍ଷୁଦ୍ରଚାଷୀ ଅଂଜନ କୁମାର ପାଲ । ନିଜର ଜମି କହିଲେ ମାତ୍ର ୮ ଗୁଣ୍ଠ ଯେଉଁଥିରେ ସେ କେବଳ ଧାନ ଚାଷ ହିଁ କରନ୍ତି । ଏଥିରୁ ଯାହା ଅମଳ ହୁଏ ତାକୁ ବିକ୍ରି କରି ଯାହା ଲାଭ ପାଉଥିଲେ ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡୁଥିଲା । ତେଣୁ ସେ ଭାଗଚାଷ କରିବା ପାଇ ନିଷ୍ପତ୍ତି ନେଇଥିଲେ । ପ୍ରାୟ ୧୦ଗୁଣ୍ଠ ଜମିରେ ସେ ଭାଗ ଚାଷ କରୁଛନ୍ତି ।

ନିଜ ଜମି ଓ ଭାଗ ଜମିରେ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିଲେ ଅଂଜନ । ଉନ୍ନତ ଜ୍ଞାନକୌଶଳ କି ଆଧୁନିକ ଚାଷବାସ ସମ୍ପର୍କରେ ସେ ସେତେଟା ଜାଣି ନ ଥିଲେ । ଫଳରେ ଅଧିକାଂଶ ସମରେ ସେ ଚାଷରେ କ୍ଷତି ସହୁଥିଲେ । ଏପରି ସାର ଓ କୀଟନାଶକ କିଣିବା ବେଳେ ମଧ୍ୟ ଠକାମୀର ଶିକାର ହେଉଥିଲେ ।

ଦିନେ ତାଙ୍କର ଜଣେ ସାଙ୍ଗଙ୍କଠାରୁ ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ ଜାଣିବାକୁ ପାଇଲେ । ସେଠାକୁ ଯୋଗାଯୋଗ କରି ଚାଷ ସମ୍ବନ୍ଧୀୟ ଜ୍ଞାନ ପାଇପାରିଲେ । ଗଛରେ ଲାଗୁଥିବା ରୋଗପୋକର ନିଯନ୍ତ୍ରଣ ପାଇଣ ମଧ୍ୟ ପରାମର୍ଶ ନେଲେ । ପୂର୍ବରୁ ଅଜ୍ଞତା ବଳରେ ଅଧିକ ଟଙ୍କାରେ କୀଟନାଶକ କିଣୁଥିବା ବେଳେ ଏବେ କମ୍ ଟଙ୍କାରେ ତାହା ପାଇପାରିଲେ । ଏହିଠାରୁ ପରାମର୍ଶ ନେଇ ସେ ଭାଗଚାଷ କରୁଥିବା ୮ ଏକର ଜମିରେ ଭେଣ୍ଡି, ବାଇଗଣ, କାକୁଡି, କଲରା, କୋବି, ଲଙ୍କା ଆଦି ଚାଷ କରୁଛନ୍ତି । ଫାଉଣ୍ଡେସନ ପକ୍ଷରୁ ଦିଆଯାଉଥିବା ପରାମର୍ଶ ଯୋଗୁଁ ତାଙ୍କର କୃଷି ଉତ୍ପାଦନ ବଢିଛି, ତା ସଙ୍ଗେ ସଙ୍ଗେ ଭଲ ଦି ପଇସା ରୋଜଗାର ବି ହେଉଛି ।

ଅଂଜନ କହନ୍ତି ”ପୂର୍ବାପେକ୍ଷା ଆୟ ବଢିଥିବାରୁ ମୁଁ ଗୋଟିଏ ଧାନ ପିଟା ଯନ୍ତ୍ର କିଣିଛି । ଏହାକୁ ଭଡାରେ ଲଗାଇ ବେଶ୍ ଦି ପଇସା ରୋଜଗାର ହୁଏ । ଫଳରେ ପିଲାମାନଙ୍କ ପାଠପଢା ଖର୍ଚ୍ଚ ଓ ଘର ଖର୍ଚ୍ଚ ତୁଲାଇବାରେ ସାହାଯୟ ହେଉଛି । ଚାଷ ପାଇଁ ଜମି ପ୍ରସ୍ତୁତାରୁ ଆରମ୍ଭ କରି ରୋଗପୋକ ନିଯନ୍ତ୍ରଣ, ଭଲ ଫଳ କେମିତି ଆସିବ, ପାଣି ପ୍ରୟୋଗ କେମିତି ହେବ ଜାଣିବା ପାଇଁ ମୁଁ ରିଲାଏନ୍ସ ଫାଉଣ୍ଡେସନର ଟୋଲ ଫ୍ରି ନମ୍ବର ୧୮୦୦-୪୧୯-୮୮୦୦ରେ ଯୋଗାଯୋଗ କରିଥାଏ । ଏଥି ସହ ଅଡିଓ ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥାଏ । ପରାମର୍ଶ ଲାଭଦାୟକ ହେଉଥିବାରୁ ମୁଁ ଅନ୍ୟ ଚାଷୀ ଭାଇମାନଙ୍କୁ ମଧ୍ୟ ଫାଉଣ୍ଡେସନ ସମ୍ପର୍କରେ ଜଣାଇଲି । ”

ଅଂଜନ ଓ ଆଖପାଖ ଅଂଚଳର ଚାଷୀ ଫାଉଣ୍ଡେସନକୁ ଅନୁରୋଧ କରିବା ପରେ ସେଠାରୁ ବିଶେଷଜ୍ଞ ଆସି କ୍ଷେତ୍ର ପରିଦର୍ଶନ କରିବା ସହିତ ଚାଷୀମାନଙ୍କୁ ଉଚିତ୍ ପରାମର୍ଶ ମଧ୍ୟ ଦେଇଥିଲେ ।

ପୂର୍ବରୁ ଅଂଜନ ଚାଷବାସ କରୁଥିଲେ ମଧ୍ୟ ଅଧିକ କ୍ଷତି ସହୁଥିବାରୁ ଦ୍ୱନ୍ଦ୍ୱରେ ରହୁଥିଲେ । କିନ୍ତୁ ସଠିକ୍ ପରାମର୍ଶ ପାଇବା ପରେ ଆଜି ତାଙ୍କର ଚାଷବାସରେ ଉନ୍ନତି ସହ ଆର୍ଥିକ ଅବସ୍ଥାରେ ମଧୟ ସୁଧାର ଆସିଥିବାରୁ ସେ ରିଲାଏନ୍ସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.