Latest Odisha News

BREAKING NEWS

[ଭିଡିଓ] ବିଚ୍ ରାସ୍ତାରେ ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ !

ନୂଆଦିଲ୍ଲୀ: ବିଚ୍ ରାସ୍ତାରେ ଖୁଲମ୍‌ଖୁଲା ବୁର୍ଖାପିନ୍ଧା ମହିଳାଙ୍କ ଆତଙ୍କରାଜ । ହାତରେ ଥିଲା ବନ୍ଧୁକ, ପାଟିରୁ ବାହାରୁଥିଲା ଅନବରତ ଅଶ୍ରାବ୍ୟ ଭାଷା । ତେବେ ଘଟଣା ଏତିକିରେ ଥମିନଥିଲା । କେବଳ ଧମକ ନୁହେଁ ବରଂ ମହିଳା ଜଣକ ଏକାଧିକ ରାଉଣ୍ଡ ଗୁଳିମାଡ ବି କରିଥିଲେ । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ସୋସିଆଲ୍ ମିଡିଆରେ ଦିଲ୍ଲୀର ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ନଭେମ୍ବର୧୮ ତାରିଖ ରାତିରେ ଜଣେ ୨୮ ବର୍ଷୀୟ ମହିଳା ଏକ ଦୋକାନ ଆଗରେ ଏଭଳି ଆତଙ୍କ ଖେଳାଇଥିଲେ । ପାଖରେ ଛୋଟପିଲା ଓ ସ୍ଥାନୀୟ ଲୋକ ଥିଲେ ବି ମହିଳାଙ୍କୁ କିଛି ଫରକ ପଡିନଥିଲା ।

ପଶ୍ଚିମ-ପୂର୍ବ ଦିଲ୍ଲୀର ଚୌହାନ ବାଙ୍ଗର ଅଂଚଳରେ ଘଟିଥିବା ଏହି ଘଟଣାକୁ ନେଇ ମହିଳାଙ୍କୁ ଗିରଫ କରାଯାଇଛି । ପୋଲିସ ରିପୋର୍ଟ ଅନୁଯାୟୀ ଘଟଣା ସମୟରେ ମହିଳା ଜଣକ ନିଶାଶକ୍ତ ଅବସ୍ଥାରେ ଥିଲେ । ସାମାନ୍ୟ ଏକ ମୋବାଇଲ ଫୋନ୍ ପାଇଁ ମହିଳା ଜଣକ ମୋବାଇଲ୍ ଦୋକାନ ଉପରକୁ ଗୁଳି ଚଳାଇବା ସହ ଦୋକାନୀକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ଭିଡିଓରେ ମହିଳା ଜଣକ ନିଜକୁ ନୁସରତ ଓ ଗ୍ୟାଙ୍ଗଷ୍ଟର ନାସୀରର ଭଉଣୀ ଭାବେ ଧମକ ଦେଇଥିଲେ । ଏହି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଛାନ୍‌ଭିନ୍‌ରୁ ଜଣାପଡିଥିଲା ମହିଳା ଜଣକ ଜାଫ୍ରାବାଦର ବାସିନ୍ଦା । ତେବେ ସେ ଗ୍ୟଙ୍ଗଷ୍ଟର ନାସୀର ନୁହେଁ ବରଂ ତା ସହଯୋଗୀ ମୋହସୀନର ଭଉଣୀ । ଏହି ଘଟଣାକୁ ନେଇ ପୋଲିସ ନିଜଆଡୁ ମାମଲା ରୁଜୁ କରି ନୁସରତଙ୍କୁ ଗିରଫ କରିଛି ।

Leave A Reply

Your email address will not be published.