Latest Odisha News

ଦିଲ୍ଲୀ ହିଂସା: ଚାଂଚଲ୍ୟକର ଖୁଲାସା କଲେ ତାହିର, ପିଏଫଆଇ ଅଫିସରେ ଷଡଯନ୍ତ୍ର ରଚାଯାଇଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଅଭିଯୁକ୍ତ ତାହିର ହୁସେନ ପୋଲିସ ଜେରାରେ ରବିବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଖାଲିଦ ସୈଫି ଓ ପିଏଫଆଇ ସହ ମିଶି ସେମାନେ ଏହି ଷଡଯନ୍ତ୍ର ରଚିଥିଲେ । ଶାହୀନବାଗ ନିକଟରେ ଥିବା ପିଏଫଆଇ ଅଫିସରେ ଖାଲିଦ ମୋତେ ହିଂସା ପାଇଁ ପ୍ରବର୍ତାଇଥିଲା । ରାମମନ୍ଦିର ଓ ସିଏଏ କାନୁନ ପରେ ଏଥର ମରିବା, ମାରିବା ସ୍ଥିତି ଆସିଗଲା ବୋଲି ସେ କହିଥିଲେ ।

ପିଏଫଆଇର ଜଣେ ସଦସ୍ୟ ହିଂସା ପାଇଁ ଅର୍ଥ ଯୋଗାଇବେ ବୋଲି କହିଥିଲେ । ଦିଲ୍ଲୀରେ ଆମେ ଏପରି କାଣ୍ଡ କରିବା ଯାହା ଫଳରେ ସରକାର ଦୋହଲି ଯିବ । ସିଏଏ କାନୁନ ହଟେଇବାକୁ ସରକାର ବାଧ୍ୟ ହେବେ । ଲୋକଙ୍କୁ ଉତେଜିତ କରି ରାସ୍ତା ଉପରକୁ ଆଣିବା କାର୍ଯ୍ୟ ଖାଲିଦ କରିଥିଲେ ବୋଲି ତାହିର କହିଛନ୍ତି ।

Leave A Reply

Your email address will not be published.