Latest Odisha News

BREAKING NEWS

ବାହାଘର ସାମଗ୍ରୀ ଆଣିବା ବେଳେ ଓଲଟିଲା ସବାରୀ, ୬ ଆହତ, ଜଣେ ଗୁରୁତର

ତେଲକୋଇ:କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସ୍ୟାମ ହରାଇ ଓଲଟିଲା ସବାରୀ ଗାଡି । ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହାତ ହେବା ସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗାଡିଟି ଝିଅ ବାହାଘର ସାମଗ୍ରୀ ନେଇ ଆସୁଥିଲା ।

ସୂଚନା ଅନୁଯାୟୀ, ବାଂଶପାଳ ବ୍ଲକ ଅଁରା ଗାଁରୁ ତେଲକୋଇ ଥାନା ଅନ୍ତର୍ଗତ ବାଲିସାହିକୁ ଝିଅ ବାହାଘର ଜିନିଷ ନେଇ ଆସୁଥିବା ବେଳେ କାଞ୍ଜିପାଣି ଘାଟିର ମହାଦେବ ଘାଟି ନିକଟରେ ଭାରସ୍ୟାମ ହରାଇ ସବାରୀ ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା । ଏଥିରେ ଜଣେ ୪ ବର୍ଷର ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ସୁରକ୍ଷା ବାଡ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଜଣାପଡିଛି । 

Leave A Reply

Your email address will not be published.