Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ୬୧୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା । ପ୍ରତିଦିନ ସଂକ୍ରମିତ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମନରେ ଛନକା ପଶିଲାଣି । ଏପରି ସ୍ଥିତିରେ ଆଜି ସାରା ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୬୧୬୪ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୩ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୭୮୧, ଝାରସୁଗୁଡ଼ାରୁ ୫୫୭, ନୂଆପଡ଼ାରୁ ୪୪୮, କଟକରୁ ୩୪୨, କଳାହାଣ୍ଡିରୁ ୩୨୦, ବରଗଡ଼ରୁ ୨୯୮, ସମ୍ବଲପୁରରୁ ୨୭୯, ନବରଙ୍ଗପୁରରୁ ୨୨୯, ଗଞ୍ଜାମରୁ ୨୧୬, ଯାଜପୁରରୁ ୧୮୯, ମୟୂରଭଞ୍ଜରୁ ୧୮୦ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ପୁରୀରୁ ୧୪୩ ଜଣ ସୁସ୍ଥ ହୋଇଥିବା ବେଳେ, ଅନୁଗୁଳରୁ ୧୦୭, ବାଲେଶ୍ବରରୁ ୧୦୧, ବଲାଙ୍ଗିରରୁ ୯୮, କୋରାପୁଟରୁ ୯୨, କେନ୍ଦୁଝରରୁ ୮୯, ଜଗତସିଂହପୁରରୁ ୮୭, ଭଦ୍ରକରୁ ୮୬, ନୟାଗଡ଼ରୁ ୮୫, ଗଜପତିରୁ ୭୮, ରାୟଗଡ଼ାରୁ ୭୦, ସୋନପୁରରୁ ୬୨, ଦେବଗଡ଼ରୁ ୪୨, କେନ୍ଦ୍ରାପଡ଼ାରୁ ୩୮, କନ୍ଧମାଳରୁ ୩୭, ମାଲକାନଗିରିରୁ ୧୬, ବୌଦ୍ଧରୁ ୧୪, ଢେଙ୍କାନାଳରୁ ୮ ଓ ଷ୍ଟେଟ୍ ପୁଲରୁ ୧୭୯ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪ ଲକ୍ଷ ୧୦ ହଜାର ୨୨୭ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.