Latest Odisha News

BREAKING NEWS

ଓଡ଼ିଶାରେ ସରକାର ବଦଳିବ, ଇତିହାସ ରଚିବ ବିଜେପି: ମୋଦୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ନିର୍ବାଚନ ସମାବେଶରେ ଯୋଗଦେଇ ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି । ଏହି ସମାବେଶରେ ଓଡ଼ିଶାର ଶାସକ ବିଜେଡ଼ି ସରକାର ଏଥର ନିର୍ବାଚନରେ ବଦଳିବ ଏବଂ ଓଡ଼ିଶା ନୂଆ ଇତିହାସ ରଚିବ ବୋଲି କହିଛନ୍ତି ମୋଦୀ ।

ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ ଯେ, ରାଜ୍ୟ ସରକାର ଅଚଳ ହୋଇଯାଇଛନ୍ତି । କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । କେନ୍ଦ୍ର ଯୋଜନାର ଲାଭରେ ପିଲାଙ୍କୁ ପାଠ, କୃଷକଙ୍କୁ ଜଳସେଚନ, ଯୁବକଙ୍କୁ ନିଯୁକ୍ତି ସବୁ ସୁବିଧା ସୁଯୋଗ ମିଳିଛି । କଂଗ୍ରେସ ସରକାରରେ ମଧ୍ୟ ଆଦିବାସୀ ସମାଜ ଥିଲେ କିନ୍ତୁ ସେମାନେ କିଛି ଚିନ୍ତା କରୁନଥିଲେ । ଆଦିବାସୀ ମନ୍ତ୍ରାଳୟ ଗଠନ ହୋଇନଥିଲା । କିନ୍ତୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏହାକୁ ଗଠନ କରିଥିଲେ ।ସ୍ୱତନ୍ତ୍ର ବଜେଟ ଉପସ୍ଥାପନ ହେଲା । ଓଡିଶା ଏବଂ ଭାରତରେ ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠିତ ହୋଇଛି । ଏହାର ଅନେକ ମହତ୍ୱ ରହଛି । ଜଙ୍ଗଲ ଉତ୍ପାଦର ବିକ୍ରି ମୂଲ୍ୟ ଗଠନ କରାଯାଇଛି । ୫ବର୍ଷ ପୂର୍ବରୁ ୧୦ଟି ବନଜାତ ଦ୍ରବ୍ୟରେ ଏମଏସପି ମିଳୁଥିଲା ଯାହା ଏବେ ୫୦ ଛୁଇଁଚି । ବାଉଁଶ ନିୟମରେ ମଧ୍ୟ ପରିବର୍ତନ ହୋଇଛି । ୧ଲକ୍ଷ ଏକଲବ୍ୟ ମଡେଲ ସ୍କୁଲ ନିର୍ମାଣ ହୋଇଛି । ବିକାଶ ପାଇଁ ସମସ୍ତ କାର‌୍ୟ୍ୟ କରାଯାଉଛି । ଫଳରେ ଅନେକ ନକ୍ସଲ ଯୁବକ ସମାଜର ମୁଖ୍ୟଧାରାରେ ସାମିଲ ହେଉଛନ୍ତି । ଚଳିତ ଥର ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି । ଓଡିଶାରେ ସରକାର ବଦଳିତ । ଦିଲ୍ଲୀରେ ସରକାର ଆହୁରି ମଜବୁତ ହେବ । ଏହି ବିଶ୍ୱାସ ଦିଲ୍ଲୀରେ ପହଁଚିଛି ।

ମୋଦୀ ଆହୁରି କହିଛନ୍ତି ଯେ, କଂଗ୍ରେସ ଏବଂ ବିଜେଡି ଗରିବଙ୍କୁ ଗରିବ ରଖିବାକୁ ଷଡଯନ୍ତ୍ର ରଚିଛନ୍ତି । ଗରିବଙ୍କୁ ସେମାନେ ଭୋଟବ୍ୟାଙ୍କ ଭାବନ୍ତି । ଗରିବଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ଫଳରେ ଅନେକ ଦାନା ମାଝୀଙ୍କୁ ଆମ୍ବୁଲାନ୍ସ ମିଳିନାହିଁ । ଅନେକ ଲୋକଙ୍କୁ ଘର ପରିବାର ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ଓଡିଶାର ବିକାଶରେ ବାଧା ପହଁଚିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଶାଳ ସମାବେଶରେ କଂଗ୍ରେସକୁ ସମାଲୋଚନା କରି କହିଲେ, ପୂର୍ବରୁ କଂଗ୍ରେସର ରିମୋର୍ଟ କଂଟ୍ରୋଲ ସରକାରରେ ଏପରି ସୁଧାର ଆସିଥିଲା କି ରାଜୀବଙ୍କ ସମୟରେ ୧୫ ପଇସା ଆସୁଥିଲା ବେଳେ ମନମୋହନ ସରକାରରେ ୧୬ ପଇସା ଆସିଲା । ଗରିବଙ୍କ ଟଙ୍କା ସେମାନେ ଲୁଟିଛନ୍ତି । ଏମାନଙ୍କୁ ଭରସା କରିବା ଅନୁଚିତ । ଏମାନଙ୍କୁ କ୍ଷମା ଦିଆଯାଇ ପାରିବ ନାହିଁ । ସେମାନେ ଗରିବ କହି ଗରିବଙ୍କ ହକ ଲୁଟିଥାନ୍ତି । ଯାହା ଏବେ ଆଉ ନାହିଁ । କିନ୍ତୁ ବିଜେପି ସରକାର ଏହା ୫ ବର୍ଷରେ କରି ଦେଖାଇଲେ । ବର୍ତମାନ କେନ୍ଦ୍ର ଦିଲ୍ଲୀରୁ ୧୦୦ ପଇସା ପଠାଇଲେ ସବୁ ପଇସା ଗରିବଙ୍କ ପକେଟରେ ପହଁଚୁଛି । ୮କୋଟି ଏପରି ଫର୍ଜି ଲୋକଙ୍କୁ ସନ୍ଧାନ କରାଯାଇଛି ଯେଉଁମାନେ ଗରିବଙ୍କୁ ଲୁଟ କରିଛନ୍ତି । କେନ୍ଦ୍ର ସରକାର ୨୪ ଟଙ୍କାରେ ଗହମ କିଣିଥାନ୍ତି ଯାହା ଗରିବଙ୍କୁ ୨ଟଙ୍କାରେ ମିଳେ । ଚାଉଳ ମଧ୍ୟ ସରକାର୩୦ ଟଙ୍କାରେ କିଣିଥାନ୍ତି କେବଳ ୩ଟଙ୍କାରେ ଗରିବଙ୍କୁ ମିଳିଥାଏ । କିନ୍ତୁ ଆଗରୁ ଏହାର ସୁଫଳ ଗରିବଙ୍କୁ ମିଳୁ ନଥିଲା । ଯାହା ଏବେ ଦୂର ହୋଇଛି । କଳାଧନ ଉପରେ ରୋକ ଲାଗିଛି । ଗରିବଙ୍କୁ ସେମାନଙ୍କ ହକ ମିଳିଛି । ଜାଲ ହିତାଧିକାରୀଙ୍କୁ ସରକାର ଧରିଛନ୍ତି । କିନ୍ତୁ ଗରିବଙ୍କୁ ଲୁଟିଥିବା ବିରୋଧୀ ଚୌକିଦାର ହଟାଅ ଏବଂ ମୋଦୀ ହଟାଅ କହୁଛନ୍ତି । ଗରିବଙ୍କ ହକକୁ ରକ୍ଷା କରିବା ପାଇଁ ଏହି ଗାଳି ମୋ ପାଇଁ ଗହଣା ସଦୃଶ ।

Leave A Reply

Your email address will not be published.