Latest Odisha News

BREAKING NEWS

ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଗୋଟିଏ ଯାଉଛି ପୁଣି ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ। ୨୯-୩୦ ତାରିଖରେ ଲଘୁଚାପ ସମ୍ଭାବନା ରହିଛି। ଫଳରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ନେଇ ଆଶଙ୍କା କରାଯାଉଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅଧିକ ସଂଗଠିତ ହୋଇ ଅଗଷ୍ଟ ୨୯ରୁ ୩୦ ମଧ୍ୟରେ ଏକ ଲଘୁଚାପ କ୍ଷେତ୍ରର ରୂପ ନେଇପାରେ ।

ଉତ୍ତର ଓଡ଼ିଶା ଓ ଉପକୂଳ ଜିଲ୍ଲାଗୁଡ଼ିକରେ ମୌସୁମୀ ବର୍ଷାର ପ୍ରଭାବ ବଢ଼ିବା ଆଶା କରାଯାଉଛି । ସମ୍ଭାବ୍ୟ ଲଘୁଚାପ ଅଧିକ ସକ୍ରିୟ ହେଲେ କାଲିଠୁ ସେପ୍ଟେମ୍ବର ୧ ମଧ୍ୟରେ ରାଜ୍ୟରେ ବର୍ଷାର ପ୍ରକୋପ ଅଧିକ ରହିପାରେ। ଅନେକ ସ୍ଥାନରେ ବର୍ଷା ସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଅଗଷ୍ଟ ଶେଷ ଓ ସେପ୍ଟେମ୍ବର ଆରମ୍ଭରେ ଓଡ଼ିଶାରେ ପାଗ ଅଧିକ ସକ୍ରିୟ ରହିପାରେ।

ଏହି ପାଣିପାଗ ବ୍ୟବସ୍ଥାର ପ୍ରଭାବ କେବଳ ଓଡ଼ିଶାରେ ସୀମିତ ରହିବ ନାହିଁ। ଗାଙ୍ଗେୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ମେଦିନୀପୁର ଓ ହୁଗୁଳି ସମେତ ଉପକୂଳ ଏବଂ ଦକ୍ଷିଣ ଜିଲ୍ଲାଗୁଡ଼ିକରେ ସପ୍ତାହାନ୍ତରେ ବର୍ଷା ବଢ଼ିପାରେ। ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରର କିଛି ଅଞ୍ଚଳରେ ମଧ୍ୟ ବଜ୍ରପାତ ସହ ବ୍ୟାପକ ବର୍ଷାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ଶକ୍ତିଶାଳୀ ହୋଇ ଲଘୁଚାପର ରୂପ ନେବା ସହ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଏବଂ ସଂଲଗ୍ନ ସମୁଦ୍ରରେ ଘଣ୍ଟାପ୍ରତି ପ୍ରାୟ ୩୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏଥିଯୋଗୁଁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି । ଘୂର୍ଣ୍ଣିବଳୟ ସୃଷ୍ଟି ପରେ ଏହାର ଗତିପଥ ଓ ତୀବ୍ରତା ଅନୁସାରେ ବର୍ଷାର ପରିମାଣ ଏବଂ ସମୁଦ୍ରର ସ୍ଥିତି ଆହୁରି ସ୍ପଷ୍ଟ ହେବ ।

Leave A Reply

Your email address will not be published.