Latest Odisha News

ପାରାଦୀପ ପୋର୍ଟରେ ରୁଷୀୟ ନାଗରିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ପାରାଦୀପ : ରାୟଗଡାରେ ୨ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଉପରୁ ପରଦା ହଟିନଥିବା ବେଳେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ଠାବ ହୋଇଛି । ସେ ଜାହାଜର ଚିଫ୍ ଇଞ୍ଜିନିୟର । ନାଁ ତାଙ୍କର ମିଲ୍ ୟାକୁବ ସର୍ଜେଇ । ଏହି ଜାହାଜ ପାରାଦୀପକୁ ଲୁହାପଥର ନେବା ପାଇଁ ବାଂଲାଦେଶ ଚିଟାଗଙ୍ଗରୁ ଆସିଥିଲା । ଏଠାରୁ ଜାହାଜ ମୁମ୍ୱାଇ ଅଭିମୁଖେ ଯାଇଥାନ୍ତା ।

ତେବେ ଚିଫ୍ ଇଞ୍ଜିନିୟରଙ୍କ ମୃତ୍ୟୁ କେମିତି ହେଲା, ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋର୍ଷ୍ଟମର୍ଟମ ଓ ତଦନ୍ତ ପରେ ସାମ୍ନାକୁ ଆସିବ ପ୍ରକୃତ କାରଣ । ହୃଦଘାତରୁ ମୃତ୍ୟୁ ନା ଆଉ କିଛି ତାହା ଜଣାପଡିବ ।

ପୂର୍ବରୁ ରାୟଗଡା ଜିଲ୍ଲାରେ ଏକ ହୋଟେଲରେ ଭ୍ଲାଦିମିର ବିଦେନୋଭ ନାମକ ଜଣେ ପର୍ଯ୍ୟଟକ ଓ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭଙ୍କ ସନ୍ଦେଜଜନକ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.