Latest Odisha News

BREAKING NEWS

ନୂଆବର୍ଷରୁ ୩ ଦିନ ହେଲା ପ୍ରଭୁ ଲିଙ୍ଗରାଜ ଉପାସରେ, ସମାଧାନ ବାଟ ଫିଟୁନି

ଭୁବନେଶ୍ୱର : ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ନୂଆବର୍ଷରୁ ଲାଗିରହିଛି ବିବାଦ । ଲଗାତାର ତିନି ଦିନ ହେଲା ଅଚଳାବସ୍ଥା । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯାଇଥିଲେ । ଭୋଗ ମାରାକୁ ନେଇ ଲାଗିରହିଛି ବିବାଦ । ମାରା ଭୋଗକୁ ଅମଣିଆ କୂଅରେ ପକାଯିବା  ରହିଛି ପରମ୍ପରା । କିନ୍ତୁ ଭୋଗ ବଣ୍ଟା ଓ ବିକ୍ରି ହୋଇଥିବା ଅଭିଯୋଗ ମୁଣ୍ଡ ଟେକିଛି । ଘଟଣାରେ ମୁଣ୍ଡ ପୂରାଉନି ମନ୍ଦିର ପ୍ରଶାସନ । ସେପଟେ ପ୍ରସାଦ ନ ପାଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗର କହିବା କଥା ହେଲା ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା କଥା ।  କିନ୍ତୁ ତାହା କରାଯାଇନଥିଲା । ଭୋଗକୁ ଭକ୍ତଙ୍କୁ ବଣ୍ଟାଯାଇଥିଲା ଓ ବିକ୍ରୀ କରାଯାଇଥିବା ଅଭିଯୋଗ ହୋଇଛି ।

ହେଲେ ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ ସମସ୍ତ ଭୋଗକୁ ପୋତାଯାଇଥିବା କହିଛି । ସିସିଟିଭି ଯାଞ୍ଚ ହେଲେ ଜଣାପଡିବ । କାଲି ପ୍ରଶାସନ ବୈଠକ ଡାକିଥିଲେ ବି ବ୍ରାହ୍ମଣ ନିଯୋଗ ସଦସ୍ୟ ନ ଆସିବାରୁ ନିଷ୍କର୍ସ ବାହାରି ପାରିନାହିଁ । ଫଳରେ ନୀତିକାନ୍ତି ସ୍ୱାଭାବିକ ହୋଇପାରୁନି । ଓଲଟା ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଟଣାଓଟରା ଲାଗିରହିଛି ।

Leave A Reply

Your email address will not be published.