Latest Odisha News

BREAKING NEWS

ଅଲଗା ହେବେ କି ହାର୍ଦ୍ଦିକ ଆଉ ନତାଶା !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ବେଳା ଚାଲିଛି । ଆଇପିଏଲରେ ତାଙ୍କ ନେତୃତ୍ୱ ଓ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ତାଙ୍କ ନେତୃତ୍ୱରେ ମୁମ୍ବାଇ ୧୦ମ ସ୍ଥାନରେ ରହିଥିଲା । ଏବେ ଏକ ରିପୋର୍ଟ ଅନୁସାରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶା ଷ୍ଟେନୋକଭିଚ ଅଲଗା ହେବାକୁ ଯାଉଛନ୍ତି । ଏହି ଖବରର ସତ୍ୟତା ନେଇ ଓଡିଶା ସମ୍ବାଦ ପକ୍ଷରୁ କୌଣସି ପୃଷ୍ଟି କରାଯାଉ ନାହିଁ । ଇନଷ୍ଟାଗ୍ରାମରେ ନତାଶା ତାଙ୍କ ନାମରେ ପାଣ୍ଡ୍ୟା ଯୋଡିଥାନ୍ତି । ଏବେ ସେ ଟାଇଟଲ କାଢ଼ି ଦେଇଛନ୍ତି । ସର୍ବିୟାର ଏହି ମଡେଲଙ୍କ ଜନ୍ମ ଦିନରେ ହାର୍ଦ୍ଦିକଙ୍କ ପକ୍ଷରୁ କୌଣସି ପୋଷ୍ଟ କରାଯାଇ ନ ଥିଲା ।

ସେ ହାର୍ଦ୍ଦିକଙ୍କ କେତେକ ଫଟୋ ମଧ୍ୟ ହଟେଇ ଦେଇଛନ୍ତି । କୃଣାଳ ଓ ପଙ୍ଖୁରୀ କିନ୍ତୁ ତାଙ୍କ ପୋଷ୍ଟରେ କଂମେଟ କରୁଛନ୍ତି । ନତାଶା ଓ ହାର୍ଦ୍ଦିକ ୩୧ ମେ ୨୦୨୦ରେ ବିବାହ କରିଥିଲେ । ସେମାନଙ୍କ ଅଗସ୍ତ୍ୟା ନାମକ ପୁତ୍ର ସନ୍ତାନ ରହିଛି । ନତାଶା କିମ୍ବା ହାର୍ଦ୍ଦିକ ଏ ନେଇ କୌଣସି ବୟାନ ଦେଇ ନାହାନ୍ତି ।

Leave A Reply

Your email address will not be published.