ଭୁବନେଶ୍ୱର: ଜାପାନର କାକାମିଘାରାରେ ଖେଳାଯିବାକୁ ଥିବା ୧୮ ବର୍ଷରୁ କମ ଏସିଆ କପ ହକି ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୧୮ଜଣିଆ ଭାରତୀୟ ଦଳରେ ଓଡିଶାର ଉଦୀୟମାନ ଡିଫେଣ୍ଡର ଅରମାନ ସୋରେଙ୍ଗଙ୍କୁ ସୁଯୋଗ ମିଳିଛି । ସାଇ ଭୋପାଳରେ କୋଚ ସର୍ଦ୍ଦାର ସିଂଙ୍କ ଅଧ୍ୟକ୍ଷତାରେ ଦଳ ଚୟନ କରାଯାଇଥିଲା । କେତନ କୁଶୱାହ ଦଳର ନେତୃତ୍ୱ ନେବେ । ପୁଲ ଏରେ ଭାରତ ସ୍ଥାନ ପାଇଛି । ଭାରତ ମେ ୨୯ରେ କାଜକସ୍ତାନ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ଜାପାନ(ମେ ୩୧), ଦକ୍ଷିଣ କୋରିଆ(ଜୁନ ୧) ଓ ଚାଇନିଜ ତାଇପେକୁ ୩ ତାରିଖରେ ଭେଟିବ । ଉଭୟ ପୁରୁଷ ଏବଂ ମହିଳା ମୁକାବିଲା ମେ ୨୯ରୁ ଜୁନ ୬ ପର୍ଯ୍ୟନ୍ତ ଚାଲିବ ।
ଭାରତୀୟ ଦଳ: ସାୱନ କୁମାର, ଆୟୂଷ ରଜକ, ଅଂଶ ବାହୁତ୍ରା, ଅରମାନ ସୋରେଙ୍ଗ, ଆଶୀଷ ଟାନି ପୁତ୍ରି, ଅର୍ଶଦୀପ ସିଂ, ଅଭି ମାନିକପୁରୀ, ରୋମିତ ପାଲ, ରାହୁଲ ଯାଦବ, ପ୍ରେମଚାନ୍ଦ ସୋୟ, ଭରିନ୍ଦର ସିଂ, କରନ ଗୌତମ, ସିଦ୍ଧାର୍ଥ ବେନ, କେତନ କୁଶୱା, ଆକାଶଦୀପ, ଗୀଜ ଖାଁ, ଶାହାରୁଖ ଅଲୀ ଓ ପ୍ରହ୍ଲାଦ ରାଜଭର ।

Comments are closed.