Latest Odisha News

ଅଭିନବ ବିନ୍ଦ୍ରା ପ୍ରଥମ ଭାରତୀୟ ଭାବେ ପାଇଲେ ଆଇଏସଏସଏଫର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’

ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ବିଶ୍ୱ ଚାମ୍ପିଅନ୍ ସୁଟର୍ ତଥା ବନ୍ଧୁକ ଚାଳନାରେ ପାରଦର୍ଶିତା ଲାଭ କରିଥିବା ଅଭିନବ ବିନ୍ଦ୍ରା ଦେଶ ପାଇଁ ପୁଣିଥରେ ଗୌରବ ଆଣିଦେଇଛନ୍ତି ।

ଏହି ମହାନ୍ ସୁଟର୍ ଅଭିନବ ବିନ୍ଦ୍ରାଙ୍କୁ ଅନ୍ତର୍ଜାତୀୟ ବନ୍ଧୁକ ଚାଳନା ଖେଳ ମହାସଂଘର ଆଥଲେଟ୍ ସମିତିର ଚେୟାରମ୍ୟାନ୍ ଭାବେ ଉତ୍କୃଷ୍ଟ ସେବା ପାଇଁ ଖେଳର ସର୍ବୋଚ୍ଚ ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଛି ।

ବିନ୍ଦ୍ରାଙ୍କୁ ଆଇଏସଏସଏଫର ସବୁଠାରୁ ବଡ଼ ପୁରସ୍କାର ‘ବ୍ଲୁ କ୍ରସ୍’ ଦ୍ୱାରା ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଅଭିନବ ବିନ୍ଦ୍ରା ହେଉଛନ୍ତି ଭାରତର ଏକମାତ୍ର ବ୍ୟକ୍ତିଗତ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକଧାରୀ ।

ଏହି ଆୱାର୍ଡରେ ସମ୍ମାନିତ ହେବା ପରେ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି ଯେ “ମୋତେ ମ୍ୟୁନିକରେ ଆଜି ଆଇଏସଏସଏଫର ସବୁଠାରୁ ବଡ଼ ପୁରସ୍କାର ‘ବ୍ଲୁ କ୍ରସ୍’ମିଳିଛି । ମୁଁ ଏହି ଆୱାର୍ଡ ପାଇ ବହୁତ ଗର୍ବ ଅନୁଭବ କରୁଛି ।”

ଅନ୍ୟପକ୍ଷରେ ବିନ୍ଦ୍ରା ୨୦୦୮ ବେଜିଂ ଅଲମ୍ପିକରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ପରବର୍ତ୍ତୀ ସମୟରେ ଅଭିନବ ୨୦୧୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଆଇଏସଏସଏଫ ଆଥଲେଟ୍ ସମିତିର ସଦସ୍ୟ ଭାବେ ରହିଥିଲେ । ଏହାବ୍ୟତିତ ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଚେୟାରମ୍ୟାନ୍ ରହିଛନ୍ତି ।

ସୂଚନା ଯୋଗ୍ୟ ଯେ ବିନ୍ଦ୍ରା ୨୦୧୬ରେ ‘ପ୍ରେସିଡେଣ୍ଟସ୍ ବଟନ୍’ ଓ ‘ଡିପ୍ଲୋମା ଅଫ୍ ଅନର’ ଦ୍ୱାରା ସମ୍ମାନିତ ହୋଇଥିବାବେଳେ ଅର୍ଜୁନ ପୁରସ୍କାର, ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଏବଂ ପଦ୍ମଭୂଷଣ ଭଳି ସମ୍ମାନରେ ସମ୍ମାନିତ ହେବାର ଗୌରବ ହାସଲ କରିଛନ୍ତି ।

Leave A Reply

Your email address will not be published.