Latest Odisha News

BREAKING NEWS

ସିରିଜ ବିଜୟ ପାଇଁ ଭାରତକୁ ଆବଶ୍ୟକ ୧୫୨ ରନ

ରାଂଚୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ରବିବାର ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୪୦ ରନ ସଂଗ୍ରହ କରି ନେଇଛି । ରୋହିତ ଶର୍ମା ୨୪ ଓ ଯଶସ୍ୱୀ ଜୈସୱାଲ ୧୬ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୩୫୩ ରନ ଜବାବରେ ଭାରତ ୩୦୭ ରନ କରି ଅଲଆଉଟ ହୋଇଥିଲା । ୪୬ ରନର ଅଗ୍ରଣୀ ହାସଲ କରିଥିବା ଭ୍ରମଣକାରୀ ଦଳ କିନ୍ତୁ ଦ୍ୱିତୀୟ ଇନିଂସରେ ୧୪୫ ରନରେ ଅଲଆଉଟ ହୋଇ ଯାଇଥିଲା । ଫଳରେ ଭାରତ ସମ୍ମୁଖରେ ୧୯୨ ରନର ଟାର୍ଗେଟ ରହିଛି ।

ଇଂଲଣ୍ଡ ପକ୍ଷରୁ ଦ୍ୱିତୀୟ ଇନିଂସରେ ଜ୍ୟାକ କ୍ରାଉଲେ ୬୦ ଓ ଜନୀ ବେୟାରଷ୍ଟୋ ୩୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୪ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ । ଇଂଲଣ୍ଡର ୬ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁପାରି ନ ଥିଲେ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୨-୧ରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.