Latest Odisha News

BREAKING NEWS

ପୁରୀରେ ଆରମ୍ଭ ହେଲା ଓଡିଶା ବାସ୍କେଟବଲ ଲିଗ

ପୁରୀ: ଏଠାରେ ଆଜିଠାରୁ ଆରମ୍ଭ ହୋଇଛି ଓଡିଶା ବାସ୍କେଟବଲ ଲିଗ । ତାଳବଣିଆସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଗୁରବାର ସନ୍ଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ଥର ପାଇଁ ଏ ଭଳି ଏକ ବାସ୍କେଟବଲ ଟୁର୍ଣ୍ଣାମେଂଟ ଆୟୋଜିତ ହେଉଥିବାରୁ ଗର୍ବିତ ବୋଲି କହିଥିଲେ । ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ଟିମ ଅଂଶଗ୍ରହଣ କରୁଛନ୍ତି । ୨୬ ତାରିଖ ଯାଁଏ ଏହା ଆୟୋଜିତ ହେବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ସୂଚନା ଦେଇଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, କ୍ରୀଡା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ସ୍ୱାଇଁ, ରାକେଶ ପଣ୍ଡା, ସଞ୍ଜୀବ ଶର୍ମା, ସନ୍ତୋଷ କୁମାର ସେଠୀ, ସୁକଦେବ ସାହୁ, ରବିଶଙ୍କର ପ୍ରତିହାରୀ, ଅଶୋକ ସାହୁ ଓ ଅମିତଦାସ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.