Latest Odisha News

BREAKING NEWS

ସୂର୍ଯ୍ୟ ମନ୍ଦିର ସହ ଯୋଡିହେବ ଶ୍ରୀମନ୍ଦିର; ପୁରୀରୁ କୋଣାର୍କ ଗଡିବ ଟ୍ରେନ୍, ଘୋଷଣା କଲେ ରେଳମନ୍ତ୍ରୀ

ଭୁବନେଶ୍ବର: ପୁରୀରୁ କୋଣାର୍କ ନୂଆ ରେଳ ଲାଇନ ନେଇ ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଲେ ରେଳମନ୍ତ୍ରୀ । ଏହାସହ ସ୍ୱତନ୍ତ୍ର ଭାବେ ଭିଷ୍ଟାଡୋମ ଟ୍ରେନ୍‌ ଚାଲିବାର ବ୍ୟବସ୍ଥା ହେବ । ଭିଷ୍ଟାଡୋମ୍‌ ଟ୍ରେନ୍‌ ବଗିର ଦୁଇ ପାର୍ଶ୍ୱ ଓ ଉପର ଛାତ କାଚରେ ତିଆରି ହେବ । ଫଳରେ ଯାତ୍ରୀମାନେ ଟ୍ରେନ୍ ଭିତରେ ରହି ବାହରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ।

ଏହାସହ ଟ୍ରେନ୍‌ ଭିତରେ ଜଗନ୍ନାଥ ସଂସ୍କୃତିର ବିଷୟରେ ଲୋକମାନଙ୍କୁ ତଥ୍ୟ ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିବ । ଏହି ନୂଆ ରେଳପଥ ପାଇଁ ପ୍ରାୟ ୨୧୫ ହେକ୍ଟର ଜାଗା ଆବଶ୍ୟକ ରହିଛି । ଜମି ଯୋଗାଇ ଦେବାକୁ ରାଜ୍ୟ ସରାକରଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ସହଯୋଗ କଲେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ଓ ପୁରୀ-କୋଣାର୍କ ରେଳ ପ୍ରକଳ୍ପ ସ୍ଵପ୍ନ ପୂରା ହେବ ବୋଲି ରେଳ ମନ୍ତ୍ରୀ କହିଛନ୍ତି ।

ରେଳମନ୍ତ୍ରୀ ଆହୁରି କହିଛନ୍ତି, ପୁରୀରୁ କୋଣାର୍କ ରୁଟ୍‌ରେ ୩ ରୁ ୪ଟି ସ୍ଥାନରେ ସ୍ପେଶାଲ ପର୍ଯ୍ୟଟନ ହେରିଟେଜ୍‌ ହବ୍‌ ନିର୍ମାଣ କରାଯିବ। ସେଥିରେ ଲୋକାମାନେ ଆସି ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶିତ କରିପାରିବେ । ଅନ୍ୟପଟେ ଗତ ୧୦ ବର୍ଷରେ ଓଡିଶାରେ ୪୦୯ଟି ରେଲୱେ ପ୍ଲାଏଓଭର ନିର୍ମାଣ ହୋଇଛି । ବର୍ତ୍ତମାନ ଆଉ ୨୨୦ ଟି ରେଲୱେ ଓଭର ବ୍ରିଜ୍‌ ଓ ଅଣ୍ଡର ପାସ୍‌ ନିର୍ମାଣ କାର୍ଯ୍ୟ ଚାଲିଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.