Latest Odisha News

BREAKING NEWS

ପୁଣି ଇଡିରେ ହାଜର ହେଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ସ୍ଵାମୀ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ବର: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ୍‌ରେ ହାଜର ହେଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ପ୍ରାୟ ଏକ ଘଣ୍ଟା ଧରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେରା କରିଛି ଇଡି । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା ।

ସେ କହିଛନ୍ତି, ପୁରୁଣା ମାମଲାକୁ ନେଇ ଇଡି ଡାକିଥିଲେ । ସେମାନେ ଯେଉଁ ତଥ୍ୟ ମାଗିଥିଲେ, ସବୁ ଦେଇଛି । ମୋତେ ଫସାଇବା ପାଇଁ ଷଡ଼ଯନ୍ତ୍ର ଚାଲିଛି । ଯେଉଁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମୋତେ ଫସାଇଥିଲେ, ସେମାନଙ୍କ ବିରୋଧରେ କୋର୍ଟଙ୍କୁ ତଥ୍ୟ ଦେବି । କୋର୍ଟଙ୍କ ଉପରେ ମୋର ଭରସା ଅଛି ବୋଲି କହିଛନ୍ତି ଅର୍ଚ୍ଚନା ।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଥିଲା ଜାମିନ । ୨ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ ।
ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇଥିଲେ । ମୋଟ ୩ ଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ଦୀର୍ଘ ୧୪ ମାସ ଧରି ଝାରପଡ଼ା ଜେଲ୍‌ରେ ଥିଲେ ଅର୍ଚ୍ଚନା ନାଗ । ଶେଷରେ ଡିସେମ୍ବର ୧୨ ରେ ଜେଲ୍‌ରୁ ବାହାରିଥିଲେ ଅର୍ଚ୍ଚନା ।

Leave A Reply

Your email address will not be published.