Latest Odisha News

ଆଜି ଏସିଆ କପ ଫାଇନାଲରେ ଭାରତ-ବାଂଲାଦେଶ ଲଢେଇ

ଦୁବାଇ: ଆଜି ଅନୁଷ୍ଠିତ ହେବ ଏସିଆ କପର ଫାଇନାଲ ମ୍ୟାଚ । ସପ୍ତମଥର ଟ୍ରଫି ହାସଲ ଲାଗି ଭାରତ ପଡ଼ୋଶୀ ବାଂଲାଦେଶ ସହିତ କଡ଼ା ମୁକାବିଲାର ସମ୍ମୁଖୀନ ହେବ । ବାଂଲାଦେଶ ମଧ୍ୟ ପାକିସ୍ତାନ ତଥା ଶ୍ରୀଲଙ୍କାକୁ ପରାସ୍ତ କରିପାରି ଟୁର୍ଣ୍ଣାମେଣ୍ଟରେ ବିପର୍ଯ୍ୟୟ ସୃଷ୍ଟି କରିପାରିଛି । ତେଣୁ ଭାରତୀୟ ଦଳର କପ୍ତାନ ରୋହିତ ଶର୍ମା ବାଂଲା ଦଳକୁ ଆଜିର ଫାଇନାଲ୍ ମ୍ୟାଚରେ ହେୟଜ୍ଞାନ ମନେ କରିବେ ନାହିଁ ।

ପୁରା ଶକ୍ତି ଖଟାଇ ଭାରତ ଫାଇନାଲ ଖେଳିବ
ବାଂଲାଦେଶ ଦଳ ଯେକୋଣସି ଦେଶକୁ କୌଣସି ବି ଫର୍ମାଟରେ ପରାସ୍ତ କରିଦେବାର କ୍ଷମତା ରଖିଛି । ବାଂଲାଦେଶ ଟିମ୍ ଏକ ସନ୍ତୁଳିତ ଦଳ, ତେଣୁ ଆଜି ରୋହିତ ଶର୍ମା ପୁରା ଟିମର ଶକ୍ତି ଖଟାଇ ଜିତିବାକୁ ଚେଷ୍ଟା କରିବେ । ଦଳରେ ରୋହିତ ଶର୍ମାଙ୍କ ବ୍ୟତୀତ ଅମ୍ବାତି ରାୟଡୁ, ଶିଖର ଧାୱନ, ଲୋକେଶ ରାହୁଲ, ଜାଦେଜା, ଚହଲ, ଭୁବନେଶ୍ୱର କୁମାର, ବୁମରା, କାର୍ତ୍ତିକ, ଯାଦବ ଖେଳିବା ସୁନିଶ୍ଚିତ ।

ବ୍ୟାଟିଂରେ ବେଶ୍ ଶକ୍ତିଶାଳୀ ଥିବା ଭାରତ ପ୍ରଥମେ ବ୍ୟାଟିଂ କରି ବାଂଲାଦଳ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିବ । ସେପଟେ ବାଂଲାଦେଶ ଦଳର ବୋଲିଂ ବିଭାଗ ତା’ର ବ୍ୟାଟିଂ ବିଭାଗଠୁ ଅଧିକ ସନ୍ତୁଳିତ । ତେଣୁ ଭାରତ ଯଦି ପ୍ରଥମେ ବ୍ୟାଟିଂ କରେ ତେବେ କମ ସ୍କୋରରେ ରଖିବାକୁ ଚେଷ୍ଟା କରିବ ବାଂଲାଦଳ । ଗତ ମ୍ୟାଚରେ କପ୍ତାନ ରୋହିତଙ୍କ ସମେତ ୫ଜଣ ନିୟମିତ ଖେଳାଳି ବିଶ୍ରାମ ନେଇଥିଲେ ।

ଫାଇନାଲ୍ ଲାଗି ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ନିନେଶ କାର୍ତ୍ତିକ, ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂହ ଧୋନୀ, ରବିନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, କୁଲଦିପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା

ସମ୍ଭାବ୍ୟ ବାଂଲାଦେଶ ଦଳ
ମାଶାରଫ ମୋର୍ତ୍ତାଜା (ଅଧିନାୟକ), ମୁସଫିକର ରହିମ, ଲିଟନ ଦାସ, ମହମ୍ମଦ ମିଥୁନ, ମହମ୍ମଦଉଲ୍ଲା, ଏମ ହୁସେନ, ମେହନ୍ଦି ମିରାଜ, ନଜମୁଲ୍ ଇସଲାମ୍ମ, ରୁବେଲ୍ ହୁସେନ, ମୁସ୍ତାଫିଜୁର ରେହମାନ

Comments are closed.