Latest Odisha News

BREAKING NEWS

ନିର୍ଯ୍ୟାତିତ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଅ।ଶ୍ୱାସନା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା/ଭୁବନେଶ୍ୱର: ତ୍ରିପୁରା ରାଜଧାନୀ ଅଗରତାଲା ରାଷ୍ଟ୍ରୀୟ ‘ସଂସ୍କୃତ ସଂସ୍ଥାନ’ରେ ଅଧ୍ୟୟନରତ ନିର୍ଯ୍ୟାତିନାର ଶୀକାର ହେବା ନେଇ ଅଭିଯୋଗରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ସୁରକ୍ଷା ପ୍ରଦାନ କରିବାକୁ ଅ।ଶ୍ୱାସନା ଦେଇଛନ୍ତି ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଗୁରୁବାର ଦିନ ଏହି ଘଟଣା ସମ୍ପର୍କରେ ଅବଗତ ହୋଇ ଗଣମାଧ୍ୟମକୁ କହିଛନ୍ତି, ଓଡ଼ିଶାର ଛାତ୍ର ହେଲେ ମଧ୍ୟ ସେମାନେ ମଧ୍ୟ ଆମ ତ୍ରିପୁରାର ପିଲା । ତ୍ରିପୁରା ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇ କହିଛନ୍ତି, ମା ତ୍ରିପୁରାସୁନ୍ଦରୀଙ୍କ ସ୍ଥାନରେ ଅସାମାଜିକ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ।

 

“ସାରା ଭାରତରୁ ଆସି ତ୍ରିପୁରାରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନିଶ୍ଚିତ ସୁରକ୍ଷା ଦେବାକୁ ମୁଁ ପ୍ରତିଶୃତି ଦେଉଛି,”ବୋଲି ଟ୍ୱିଟ୍ଟ୍ ମାଧ୍ୟମରେ କହିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି, ମୁଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଫୋନଯୋଗେ କଥାବାର୍ତ୍ତା ହୋଇଛି ଏବଂ ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାର ଦାୟିତ୍ୱ ଠିକ୍ ଭାବେ ତଦାରଖ କରିବାକୁ ତାଙ୍କୁ ମଧ୍ୟ ସେ ଆଶ୍ୱାସନା ଦେବା କଥା ଗଣମାଧ୍ୟମକୁ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଉପ କୂଳପତି ତଥା ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପରମେଶ୍ୱରନ ବି ଅଗରତାଲା ଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ସହିତ ଏହାର ସମାଧାନ କରିବାକୁ ସବୁମତେ ଚେଷ୍ଟା କରିବେ ।

ସେହିପରି କେନ୍ଦ୍ରାପଡ଼ାର ପୂର୍ବତନ ଏମପି ଟ୍ୱିଟ୍ଟ୍ କରି ବିପ୍ଳବ କୁମାର ଦେବଙ୍କୁ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶା ପୋଲିସ ଡ଼ିଜିପି ଆରପି ଶର୍ମା ମଧ୍ୟ ତ୍ରିପୁରା ପୋଲିସ ଡ଼ିଜିପିଙ୍କ ସହିତ ଏହି ଘଟଣା ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି । ସେଠାକାର ସ୍ଥାନୀୟ ଏସପି ମଧ୍ୟ ଆଶ୍ୱାସନା ଦେଇଛନ୍ତି ଘଟଣାସ୍ଥଳକୁ ପରିଦର୍ଶନରେ ଯାଇ ପରିସ୍ଥିତିର ଯାଞ୍ଚ କରିବେ ।

ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି, ଏସମ୍ପର୍କରେ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ।

ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ତ୍ରିପୁରାରେ ଅଧ୍ୟୟନରତ ୧୨୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଜୀବନ ଏବେ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ଉଦ୍ଧାର ଲାଗି ଏଠାରେ ଅଧ୍ୟୟନ କରୁଥିବା ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ଓଡ଼ିଶା ସରକାରଙ୍କୁ ଆକୁଳ ନିବେଦନ କରିଥିଲେ ।

ବିଶେଷ ସୂତ୍ରରୁ ଜଣାପଡ଼ିଛି, ତ୍ରିପୁରା ରାଜଧାନୀ ଅଗରତାଲା ଏକଲବ୍ୟ କ୍ୟମ୍ପସ କଲେଜରେ ୧୨୦ରୁ ଅଧିକ ଛାତ୍ରଛାତ୍ର ଅଧ୍ୟୟନ କରୁଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ସମେତ ୫/୬ ଜଣ ଶିକ୍ଷକ ମଧ୍ୟ ଏହି ମହାବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ଗତ ଗଣେଶ ପୂଜା ଅବସରରେ କ୍ୟାମ୍ପସ ମଧ୍ୟରେ ପୂଜାକୁ କେନ୍ଦ୍ରକରି ଓଡ଼ିଆ ଛାତ୍ରଛାତ୍ରୀ ମାନଙ୍କୁ ସେହି କଲେଜର ସ୍ଥାନୀୟ ଛାତ୍ରଛାତ୍ରୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଏହି କଲେଜର ଛାତ୍ରାବାସ ତଥା ଛାତ୍ରୀନିବାସରେ ରହୁଥିବା ଶତାଧିକ ଛାତ୍ରଛାତ୍ରୀଙ୍କର ଜୀବନ ଏବେ ସଙ୍କଟାପନ୍ନ । ସେଠାରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀ ତଥା ଶିକ୍ଷକମାନେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡ଼ିଛନ୍ତି । ଏବେ ଏହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ଭୟ ଦେଖାଉଛନ୍ତି ସ୍ଥାନୀୟ ଛାତ୍ରମାନେ । ତେଣୁ ଯେନତେନ ପ୍ରକାରେ ଜୀବନ ବଞ୍ଚାଇ ଓଡ଼ିଶା ଫେରିଯିବାକୁ ଚାହୁୁଁଛନ୍ତି ଏହି ଓଡ଼ିଆ ଛାତ୍ରଛାତ୍ରୀମାନେ ।

ସେମାନଙ୍କୁ ଉଦ୍ଧାର କରିବାକୁ ଏହି ଛାତ୍ରଛାତ୍ରୀମାନେ ଗଣମାଧ୍ୟମର ଆଶ୍ରୟ ନେଇ ସମସ୍ତ ନିର୍ଯ୍ୟାତନାର କାହାଣୀ କହିଛନ୍ତି । ଏହାଛଡ଼ା ଗଣମାଧ୍ୟମ ସାହାର୍ଯ୍ୟରେ ଉଦ୍ଧାର କରିବାକୁ ଓଡ଼ିଶା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Leave A Reply

Your email address will not be published.