Latest Odisha News

ପୁରୀରେ ନୂଆବର୍ଷ ପ୍ରସ୍ତୁତି, ଅଢେଇ ଘଣ୍ଟା ପାଇଁ ଶୋଇବେ ମହାପ୍ରଭୂ

ନୂଆବର୍ଷରେ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି । ଭକ୍ତ ଶ୍ରଦ୍ଧାଳୁ, ଶ୍ରୀକ୍ଷେତ୍ର ବାସୀ ଓ ଟ୍ରାଫିକ ପାଇଁ ମିନିମମ୍ ରେଷ୍ଟ୍ରିକ୍ସନ ଓ ଓନଲି ରେଗୁଲେସନ୍ ।ଜିରୋ ନାଇଟ ପାଇଁ ଜିରୋ ଟଲ୍ଲେରାନ୍ସ। ୩୧ ତାରିଖ ରାତିରେ ଦୁଇଘଣ୍ଟା ପାଇଁ ପହୁଡ଼ ଯିବେ ବିଶ୍ଵନିୟନ୍ତା ।

ପୁରୀ: ରାତି ପାହିଲେ ନୂଆବର୍ଷ । ସେଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଜଗନ୍ନାଥ ଦର୍ଶନ ସହ ବେଳାଭୂମି ସ୍ନାନ ପାଇଁ ଶ୍ରୀକ୍ଷେତ୍ରରେ ଜମିଛି ପର୍ଯ୍ୟଟକଙ୍କ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି ସହ ସରିଛି ରୋଡମ୍ୟାପ୍ । ୯୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ କ୍ୟୁ ମ୍ୟାନେଜମେଣ୍ଟ ପାଇଁ ହୋଇଛି ବ୍ୟବସ୍ଥା । ସେପଟେ ନୂଆବର୍ଷରୁ କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ଏସିସେଡ୍ । ଶୀତତାପ ନିୟନ୍ତ୍ରତ ସେଡ୍ ସହ ସ୍ଥାନେ ସ୍ଥାନେ ବିଶ୍ରାମର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ ।

BjdElectrycity

ଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୯୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍ପୀ ଭିଡ ନିୟନ୍ତ୍ରଣ ପାଇଁ ଫୋର୍ସ ମାନଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ବ୍ୟାରିକେଡ଼ ଛଡ଼ା କୌଣସି ଗଳାବାଟରେ ଭକ୍ଟଙ୍କୁ ନନେବା ପାଇଁ ସେବାୟତ ଓ ଭକ୍ତଙ୍କୁ ଅନୁରୋଧ କରାଯାଇଛି । ସେଇଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ହୋଇଛି ସ୍ବତନ୍ତ୍ର ପ୍ଲାନ୍ । ୩୧ ତାରିଖ ରାତି ୧୨ ଟା ରୁ ଲାଗିହେବ ଟ୍ରାଫିକ କଟକଣା । ମରିଚିକୋଟ ଛକ ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ହେବ ନୋ ଭେହିକିଲ ଜୋନ । ସେହିପରି ବେଳାଭୂମିରେ ହେବ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା । ୯ଟି ସେକ୍ଟର ଓ ୪ଟି ଫାଣ୍ଡି ଜରିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଜିରୋ ନାଇଟ୍ ସେଲିବ୍ରେଶନ ପାଇଁ ମଧ୍ୟ ହୋଟେଲ୍, ବାର୍ ମାଲିକ ମାନଙ୍କ ସହିତ ପୋଲିସର ସମନ୍ୱୟ ବୈଠକ ସରିଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ସନ୍ଦିଗ୍ଧଙ୍କ ଖବର ତୁରନ୍ତ ପୋଲିସ୍ କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଣାର୍କ,ସାତପଡ଼ା ଆଦି ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଅନ୍ୟପଟେ ଡିସେମ୍ବର ୩୧ତାରଖ ରାତି ତମାମ୍ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ନେଇ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରିଥିଲେ ଶତାଧିକ ଜଗନ୍ନାଥ ପ୍ରେମୀ । ଶେଷରେ ମହାପ୍ରଭୁଙ୍କ ପହୁଡ଼ ନୀତି କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ରାତ୍ରି ପ୍ରାୟ ୧୧ ଟା ଠାରୁ ୧ଟା୩୦ ମଧ୍ୟରେ ମହାପ୍ରଭୁଙ୍କ ପହୁଡ଼ ନୀତି ହେବ । ପରେ ଦର୍ଶନ ସ୍ଵାଭାବିକ ହେବ। ନୂଆବର୍ଷ ଉପଲକ୍ଷେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ଭିଡ ନିୟନ୍ତ୍ରଣ ପାଇଁ ହୋଇଛି କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ । ମ୍ୟୁନିସିପାଲିଟି ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ଯିବେ ଭକ୍ତ । ନୂଆବର୍ଷରୁ ନୂଆକରି କାର୍ଯ୍ୟରେ ଲାଗିବ ନବନିର୍ମିତ ଶୀତତାପ ନିୟନ୍ତ୍ରିତ ସେଡ। ମରିଚିକୋଟ ଛକଠାରୁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ସେଡ୍ ରେ ସିଂହଦ୍ଵାର ପର୍ଯ୍ୟନ୍ତ ଯିବେ ଭକ୍ତ । ସେଡ ରେ ଏସି ସୁବିଧା ସହ ସ୍ଥାନେ ସ୍ଥାନେ ବସିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ପାନୀୟ ଜଳ ଠାରୁ ଆରମ୍ଭ କରି ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ସ୍ବେଛାସେବୀ ଓ ବିଭିନ୍ନ ଭଲ୍ୟୁଣ୍ଟିଅର୍ ମାନେ ନିୟୋଜିତ ରହି ଶ୍ରଦ୍ଧାଳୁଙ୍କ ସହଯୋଗ କରିବେ । ସେପଟେ ଶିଶୁ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହ ସହଜ ଜଗନ୍ନାଥ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଶାଳିନତା ପୂର୍ଣ୍ଣ ପୋଷାକ ପ୍ରସଙ୍ଗରେ ଭକ୍ତ ନିଜେ ସଚେତନ ରହିଛନ୍ତି ତେଣୁ ବିଶେଷ ଅସୁବିଧା ହେବନାହିଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave A Reply

Your email address will not be published.