Latest Odisha News

BREAKING NEWS

ମନର ଭାବ ପ୍ରକାଶ କରିବାର ଆକାଂକ୍ଷା ମତେ ସାହିତ୍ୟ ସହିତ ଯୋଡ଼ିଲା : ଲକ୍ଷ୍ମୀପ୍ରିୟା ବେହେରା

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଲକ୍ଷ୍ମୀପ୍ରିୟା ବେହେରା ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

ମୁଁ ଲେଖେ କାରଣ ଏଥିରୁ ମୋତେ ଆତ୍ମ ସନ୍ତୋଷ ମିଳେ । ସେଇ ସୁଖ ପ୍ରାପ୍ତ ହୁଏ ଯାହାକି ଅନ୍ୟ କୌଣସି କାମରୁ ବି ମୋତେ ପ୍ରାପ୍ତ ହୋଇପାରେ ନାହିଁ । ଯଦିଓ ସାହିତ୍ୟ ହେଉଛି ମୋ ଜୀବନ ଏବଂ ମୋର ଭଲ ପାଇବା । ତେଣୁ, ଏହା ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ସବୁକୁ ବିତେଇବାକୁ ମଧ୍ୟ ମତେ ଭଲ ଲାଗେ ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?

ପ୍ରଥମତଃ କହିବି କି ଏହା ମୋ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ପିଲାବେଳୁ ହୃଦୟ ଭିତରେ ଚାପି ରହିଥିବା ସୃଷ୍ଟି ସବୁ କେଉଁ ଏକ ସୁନ୍ଦର ମୁହୂର୍ତ୍ତର ଅପେକ୍ଷାରେ ରହିଥିଲା ବୋଧହୁଏ ,ଯାହାକି ସମୟ କ୍ରମେ ଲୋକ ଲୋଚନକୁ ଆସିବାରେ ସକ୍ଷମ ହୋଇପାରିଲା । କିଛି ନୂଆ କରିବାର ଇଚ୍ଛା ଓ ଆକାଂକ୍ଷା ହିଁ ବୋଧ ହୁଏ ସାହିତ୍ୟ ସର୍ଜନା ପାଇଁ ବାଟ କଡେଇ ନେଇ ଆସିଥିଲା ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ମୋର ପ୍ରଥମ ପ୍ରକାଶିତ ଲେଖାଟି ଶିକ୍ଷା ଶୀର୍ଷକରେ ଏକ କବିତା ଥିଲାଏବଂ ଏହି କବିତାଟି ଆଜିବି ଲୋକଙ୍କ ପାଖେ ପ୍ରିୟ ହୋଇ ରହିଛି । ଏହି କବିତାରେ ଥିବା “ସମସ୍ତଙ୍କ ପାଇଁ ଶିକ୍ଷା”ଉକ୍ତିଟି ସମସ୍ତଙ୍କ ମନକୁ ବେଶ୍ ଛୁଇଁଥିଲା ଏବଂ ଲୋକମାନଙ୍କର ସେହି ଭଲ ପାଇବା ହିଁ ମୋତେ ଆଗକୁ ଲେଖିବାକୁ ପ୍ରେରଣା ଯୋଗାଇଥିଲା ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

କିଛି ଆହ୍ୱାନମୂଳକ ସଚେତନତା ଧର୍ମୀ ଗଳ୍ପ କବିତା ହୋଇଥିଲା ବେଳେ ଆଉ କିଛି ଦେଶ ପ୍ରେମୀ ଓ ଉଚିତ୍ ମାର୍ଗ ଅନୁସରଣକାରୀ ଦୁନିଆର ବାସ୍ତବିକ ରୂପ ରେଖକୁ ନିଖୁଣ ଭାବେ ପ୍ରଦର୍ଶନ କରିଥାଏ ।

ତାଙ୍କ ରଚନାରୁ କବିତା : ନାରୀ ..

ନାରୀ ସୃଷ୍ଟିକର୍ତ୍ତା
ନାରୀ ସଂହାର କର୍ତ୍ତା,
ନାରୀ ଅନନ୍ୟ ଏକ ଉପହାର ଏ ଧରାଣୀର ..
ସେ ହିଁ ପ୍ରାରମ୍ଭ, ସେ ହିଁ ଶେଷ..।

କେବେ ସେ ଜାୟା,
କେବେ ସେ ଜନନୀ,
କେବେ ସାଜେ କାହାର ନନ୍ଦିନୀ ,
ତ କେବେ ସାଜେ ଅର୍ଦ୍ଧlଙ୍ଗିନୀ ,
ଆଉ କେବେ ସାଜେ ସିଏ ଭାଇର ଭଗିନୀ,
ଅଭିମାନିନୀ,ପ୍ରେୟସୀ ସେ..
ସ୍ନେହମୟୀ ସେ ..
ସବୁ ସିଏ ସହିପାରେ ନିରବ ଦ୍ରଷ୍ଟା ହୋଇ..।

ଲୁହକୁ ପିଇ ହସର ଫଗୁଣରେ
ଦୁନିଆକୁ ରଙ୍ଗୀନ କରୁଥିବା ଫୁଲଟେ ସେ ,
ବାଣ୍ଟିପାରେ ମା’ର ମମତା ସେ ..
କେଉଁଠି ତାକୁ ଲକ୍ଷ୍ମୀ କୁହାଯାଏ
ତ ଆଉ କେଉଁଠି ଦୁର୍ଗା..।
ନା ସିଏ ଅବଳା ନା ଦୁର୍ବଳା
ଲୁକ୍କାୟିତ କରି ରଖିଥାଏ
ତା ନିଜ ଭିତରେ ସବୁ ବ୍ୟଥା,
କେବଳ କରିଥାଏ ସିଏ ସମୟକୁ ଅପେକ୍ଷା, ସାଜିପାରେ ଦୁର୍ଗତି ନାଶିନୀ,

ନାଶ ବି କରିପାରେ ସେ ଏଇ ଅସଭ୍ୟ ସମାଜକୁ,
ଭଦ୍ର ମୁଖା ତଳେ ଲୁଚି ରହିଥିବା ଏଇ ଅଭଦ୍ର ମଣିଷକୁ..
ନିଜେ ବିଷ ପିଇ ଫୁଟାଇ ପାରେ
ସେ ଆଉ କାହା ମୁଖରେ ହସ ,
ଶବ୍ଦ ଓ ଆଲୁଅର ଅବିରାମ ଲୁଚକାଳି ଖେଳରେ
ସାଜି ଉଠେ ଆଲୋକବର୍ତ୍ତିକା,
ପୁଣ୍ୟତୋୟା ମନ୍ଦlକିନୀ ସେ,
ପ୍ରାଣ ପ୍ରାଚୁର୍ଯ୍ୟର ଅଫୁରନ୍ତ ଗନ୍ତାଘର ସେ ,
ସେ ନାରୀ.. ସଂସାର ଅସମ୍ଭବ ତା’ ବିନା
ଗଢ଼ିଛି ତା’କୁ ଏପରି ବିଧାତା ..।।

Leave A Reply

Your email address will not be published.