Latest Odisha News

BREAKING NEWS

କୋଇଲା ଖଣିରେ ଫସିଛି ଜୀବନ, ୪ ଜଣଙ୍କ ମୃତ ଦେହ ଉଦ୍ଧାର

ଗୁଆହାଟି: କୋଇଲା ଖଣିରେ ଫସିଛି ଶ୍ରମିକଙ୍କ ଜୀବନ। ୪ ଜଣଙ୍କ ମୃତ ଦେହ ଉଦ୍ଧାର । ଗତ ସୋମବାର ଠାରୁ ୯ ଜଣ ଶ୍ରମିକ କୋଇଲା ଖଣି ଭିତରେ ଫସି ରହିଥିବା ବେଳେ ଏବେସୁଦ୍ଧା ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବାକି ୫ ଜଣ ଶ୍ରମିକଙ୍କୁ ଖୋଜା ଚାଲିଛି ।

ସୂଚନା ଅନୁସାରେ, ଗତ ୬ ତାରିଖରେ ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ କାମ କରୁଥିବା ବେଳେ ଅଚାନକ ଅସାବଧାନତା ବଶତଃ ଗୋଟିଏ ଜଳ ଉତ୍ସକୁ ଖୋଳି ଦେଇଥିଲେ। ଫଳରେ ଖଣି ଭିତରକୁ ପାଣି ପଶି ଯାଇଥିଲା। ଫଳରେ ଏହା ଭିତରେ ଥିବା ୯ ଜଣ ଶ୍ରମିକ ବାହାରି ନ ପାରି ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ, ସେନା, ଦମକଳ ବାହିନୀକୁ ନିୟୋଜିତ କରାଯାଇଥିଲା। ଦୁର୍ଘଟଣାର ପାଞ୍ଚଦିନ ପରେ ଖଣି ଭିତରୁ ୪ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମସ୍ତ ମୃତଙ୍କ ପରିଚୟ ମିଳିଛି ।

ଉକ୍ତ କୋଇଲା ଖଣି ୩୧୦ ଫୁଟ ଗଭୀର ହୋଇଥିବାବେଳେ ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ଏକ ପରିତ୍ୟକ୍ତ ଖଣି ବୋଲି ଅନ୍ୟ ଶ୍ରମିକମାନେ କହିଥିବା ବେଳେ ଏହା ଏକ ବେଆଇନ ଖଣି ବୋଲି କହିଛନ୍ତି ସରକାର । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଏହି ଘଟଣାରେ ଗଭୀର ସମବେଦନା ଜଣାଇଛନ୍ତି । ଏକ୍ସରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉମରଙ୍ଗସୋରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି କଷ୍ଟ ସମୟରେ ପୀଡିତଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ମେସିନ୍ ସାହାଯ୍ୟରେ ଖଣି ଭିତରୁ ପାଣି ବାହାର କରିବା ପ୍ରୟାସ ଜାରି ରହିଛି । ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ କେନ୍ଦ୍ରିୟ ଓ ରାଜ ସଂଗଠନ ଏବଂ ଭାରତୀୟ ନୌସେନା ,ସେନା,ଓ ବାୟୁ ସେନା ମଧ୍ୟ ସାମିଲ ଅଛନ୍ତି ।

 

Comments are closed.