Latest Odisha News

କୋଭିଡ ଟିକାର ବଡ ଖୁଲାସା: ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ଭଳି ରୋଗ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭିଡ ଟିକାର ବଡ ଖୁଲାସା । କୋର୍ଟରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ  କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଭାରତରେ ବହୁଳ ଭାବେ ବ୍ୟବହୃତ ହୋଇଥିଲା  ।ବର୍ତମାନ ଏହି  ଟିକାରେ ବିରଳ ପାଶ୍ୱର୍ପ୍ରତିକ୍ରିୟା ରହିଛି ବୋଲି ଏକ ଖବର ସାମ୍ମନାକୁ ଆସିଛି । ସୂଚନାଯୋଗ୍ୟ ଯେ ଅନେକ ପରିବାର କୋଭିସିଲ୍ଡ ଟିକାକୁ ନେଇ  କୋର୍ଟରେ ଅଭିଯୋଗ କରିଥିଲେ ।

ଜାମି ସ୍କଟ ନାମକ ଜଣେ ବ୍ୟକ୍ତି ଏହି ଟିକା ନେବା ପରେ ବ୍ରିଟେନ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ କହିବା ଅନୁଯାୟୀ ସେ ଏପ୍ରିଲ ୨୦୨୧ ରେ ଆଷ୍ଟ୍ରାଜେନିକା ଟିକା ଗ୍ରହଣ କରିଥିଲେ, ଯାହା ପରେ ସେ ବ୍ରେନ୍ ଡ୍ୟାମେଜ୍ ର ଶିକାର ହୋଇଥିଲେ । ସୂଚନା ଅନୁସାରେ  ଜାମି ସ୍କଟଙ୍କ ସମେତ ଅନ୍ୟ ରୋଗୀଙ୍କ କ୍ଷେତ୍ରରେ  ଥ୍ରମ୍ବୋସାଇଟୋପେନିଆ ସିଣ୍ଡ୍ରୋମ୍  ସହିତ ଥ୍ରୋମ୍ବୋସିସ ନାମକ ଏକ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା । ଯାହାକୁ ନେଇ ବହୁଦିନ ଧରି ବ୍ରିଟେନ ହାଇକୋର୍ଟରେ ଚାଲିଥିଲା ମାମଲା ।ଏବେ ଖୋଦ କମ୍ପାନି କୋର୍ଟ ଆଗରେ  ଏହାର ପାର୍ଶ୍ୱ ପ୍ରତିକ୍ରିୟାକୁ ସ୍ବୀକାର କରିଛି। କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କ ଠାରେ ରକ୍ତଜମାଟ, ହୃଦଘାତ , ମସ୍ତିଷ୍କ ଘାତ ଭଳି ସମସ୍ୟା ଦେଖାଦେଇପାରେ ବୋଲି ସ୍ୱୀକାର କରିଛି ଆଷ୍ଟ୍ରାଜେନିକା କମ୍ପାନୀ । ବର୍ତ୍ତମାନ ଯଦି ଏହି ଟିକା ଗୁରୁତର ଅସୁସ୍ଥତା କିମ୍ବା ମୃତ୍ୟୁ କରାଇପାରେ, ତେବେ ଏହି କମ୍ପାନି ବହୁ କ୍ଷତିପୂରଣ ଦେବାକୁ ପଡିବ  ।ସୂଚନାଯୋଗ୍ୟ ଯେ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟାକୁ ଦୃଷ୍ଟିରେ ରଖି ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଟିକା ଆଉ ବ୍ରିଟେନରେ ବ୍ୟବହୃତ ହେଉନାହିଁ  ।

 

Leave A Reply

Your email address will not be published.