Drink Suspected To Contain Methanol:ବିଷାକ୍ତ ପାନୀୟ ପାନୀୟ ପିଇ ୪୮ ଜଣଙ୍କ ମୃତ୍ୟୁ; ୧୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ:ନାଇଜେରିଆର ଓଣ୍ଡୋ ରାଜ୍ୟରେ ଏକ ସ୍ଥାନୀୟ ପାନୀୟ ପିଇବା ପରେ ଅତିକମରେ ୪୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚିକିତ୍ସା ପାଇଁ ୧୦୦ ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଣ୍ଡୋ ପୋଲିସର ମୁଖପାତ୍ର ଅବାୟୋମି ଜିମୋହ କହିଛନ୍ତି ଯେ, ଏହି ଘଟଣା ସହ ଜଡ଼ିତ ଥିବା ୧୫ ଜଣଙ୍କୁ ଗିରଫ କରାଯାଇଛି ଓ ସେମାାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏଭଳି ପାନୀୟ ପ୍ରସ୍ତୁତ କରୁଥିଲେ।
ସେ କହିଛନ୍ତି ଯେ, ଉକ୍ତ ପାନୀୟରେ ମେଥାନଲ୍ ଥିବା ସନ୍ଦେହ କରାଯାଉଛି ଏବଂ ଅଭିଯୁକ୍ତ ବର୍ତ୍ତମାନ ତଦନ୍ତରେ ପୋଲିସକୁ ସହଯୋଗ କରୁଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ କମିଶନର ବଞ୍ଜି ଅଜକା ସୂଚନା ଦେଇଛନ୍ତି ଯେ ଓଣ୍ଡୋର ଓଡିଗ୍ବୋ ଏବଂ ଇରେଲେ ଅଞ୍ଚଳରେ ଏହି ପାନୀୟ ପିଇବା ପରେ ସାମ୍ପ୍ରତିକ ଦିନଗୁଡ଼ିକରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି।
ଓଣ୍ଡୋ ରାଜ୍ୟର ସ୍ୱାସ୍ଥ୍ୟ କମିଶନର ବଞ୍ଜି ଅଜକା କହିଛନ୍ତି ଯେ ଓଡିଗବୋ ଏବଂ ଇରେଲେ ସ୍ଥାନୀୟ ସରକାରୀ ଅଞ୍ଚଳରେ ଏହି ମାମଲାଗୁଡ଼ିକ ଚିହ୍ନଟ କରାଯାଇଛି। ସେ କହିଛନ୍ତି ଯେ ମୋଟ ୧୮୨ ଜଣ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ସେବନ କରାଯାଇଥିବା ପରିମାଣ ଉପରେ ନିର୍ଭର କରେ ବୃକ୍କ (kidneys) ଅଚଳ ହୋଇଯିବ। ଆଖି କାମ କରିବା ବନ୍ଦ କରିଦେବ ଏବଂ ମସ୍ତିଷ୍କ କ୍ଷତିଗ୍ରସ୍ତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ପାନୀୟ ପିଇବା ପରେ ଅସୁସ୍ଥ ହୋଇପଡ଼ିଥିବା କିଛି ଲୋକଙ୍କୁ ବର୍ତ୍ତମାନ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଥମ ମୃତ୍ୟୁ ଘଟଣା ପ୍ରାୟ ଦୁଇ ସପ୍ତାହ ପୂର୍ବେ ସାମ୍ନାକୁ ଆସିଥିଲା। ଆଫ୍ରିକାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ—ବିଶେଷକରି ନାଇଜେରିଆର ଗ୍ରାମାଞ୍ଚଳରେ, ଯେଉଁଠାରେ ସ୍ଥାନୀୟ ଭାବେ ପ୍ରସ୍ତୁତ ମଦ ଶସ୍ତାରେ ମିଳିଥାଏ—ସେଠାରେ ଏହାର ସେବନ ଏକ ସାଧାରଣ କଥା।

