Latest Odisha News

BREAKING NEWS

କେରଳରେ ଇଡି ଟିମ୍ ଉପରେ ଆକ୍ରମଣ: ପଥରମାଡ଼ କଲେ ସିପିଆଇ (ଏମ) କର୍ମୀ

ଥିରୁଅନନ୍ତପୁରମ: କେରଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। କେରଳର ପୂର୍ବତନ ଶାସକ ଦଳ ସିପିଆଇ (ଏମ) ର କର୍ମୀମାନେ ଇଡି ଅଧିକାରୀଙ୍କୁ ଟାର୍ଗେଟ୍ କରି ସେମାନଙ୍କ ଗାଡ଼ି ଉପରକୁ ଇଟା ଓ ପଥର ମାଡ଼ କରିଛନ୍ତି। ଏହି ହିଂସାତ୍ମକ ଘଟଣାଟି କେରଳର ରାଜଧାନୀ ଥିରୁଅନନ୍ତପୁରମରେ ଘଟିଛି।

​ମିଳିଥିବା ସୂଚନା ଅନୁଯାୟୀ, କୌଣସି ଏକ ମାମଲାର ଯାଞ୍ଚ ପାଇଁ ଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସମର୍ଥକ ତଥା ସିପିଆଇ (ଏମ) କର୍ମୀମାନେ ଉତ୍ତ୍ୟକ୍ତ ହୋଇ ଇଡି ଅଧିକାରୀଙ୍କ ଗାଡ଼ିକୁ ଘେରି ଯାଇଥିଲେ ଏବଂ ଏହା ଉପରକୁ ପଥରମାଡ଼ କରିଥିଲେ।

​ଏହି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ କେରଳର ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Comments are closed.