Latest Odisha News

BREAKING NEWS

ଅଧିକ ଆଇରନ ଟାବଲେଟ ଖାଇବା ପାଇଁ ଲାଗିଥିଲା ଚ୍ୟାଲେଞ୍ଜ, ଆଉ ତା ପରେ..

ଉଟୀ: ତାମିଲନାଡୁର ଉଟ୍ଟୀ ସହରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଦୁଃଖିତ କରିଛି । ଉଟୀ ମ୍ୟୁନିସିପାଲ ଊର୍ଦ୍ଦୁ ମିଡିଲ ସ୍କୁଲର ୮ମ ଶ୍ରେଣୀର କେତେକ କେତେକ ଛାତ୍ର ଓ ଛାତ୍ରୀ ପରସ୍ପର ମଧ୍ୟରେ ଅଧିକ ଆଇରନ ଟାବଲେଟ ଖାଇବା ନେଇ ଚ୍ୟାଲେଞ୍ଜ ପଡିଥିଲା । ୧୩ ବର୍ଷୀୟା ଜେବା ଫାତିମା ସର୍ବାଧିକ ୪୫ ବଟିକା ଖାଇ ଦେଇଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ସେ ମୃତ୍ୟୁବରଣ କରିଥିଲେ । ଅନ୍ୟ ୬ଜଣ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୨ଜଣ ଛାତ୍ର ଓ ୪ଜଣ ଛାତ୍ରୀଙ୍କ ଅବସ୍ଥା ଏବେ ସଙ୍କାଟପନ୍ନ ରହିଛି ।

ଏହି ଘଟଣା ପରେ ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲର ଶିକ୍ଷକ ଓ ପ୍ରିନ୍ସିପାଲଙ୍କୁ ଜବାବ ମଗା ଯାଇଛି । ସରକାରୀ ସ୍କୁଲରେ ୮ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ସପ୍ତାହରେ ଥରେ ଆଇରନ ଟାବଲେଟ ଦିଆଯାଉଛି । ଏହାର ଦାୟିତ୍ୱ ଜଣେ ନୋଡାଲ ଶିକ୍ଷକଙ୍କୁ ପ୍ରଦାନ କରାଯାଇଛି । ଘଟଣା ଦିନ ସେ ଛୁଟିରେ ଥିଲେ । ତେବେ ପିଲାମାନଙ୍କ ପାଖରେ କିପରି ଏତେ ମାତ୍ରାର ଟାବଲେଟ ପଂହଚିଲା ତାର ତଦନ୍ତ କରାଯାଉଛି ।

Leave A Reply

Your email address will not be published.