Latest Odisha News

BREAKING NEWS

କୁକୁରକୁ ରଙ୍ଗରେ ସଜ୍ଜାଇଲେ ମହିଳା, ପ୍ରଶଂସା ବଦଳରେ ମିଳୁଛି ନିନ୍ଦା

କାଲିଫର୍ଣ୍ଣିଆ: ସାଧାରଣତଃ ଲୋକମାନେ ଘରେ କୁକୁର ରଖିବାକୁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କୁ ନିଜ ଘରର ସଦସ୍ୟ ଭାବେ ଭଲ ପାଇବା ସହ ଯତ୍ନ ବି ନେଇଥାନ୍ତି । କିନ୍ତୁ ଅନେକ କୁକୁର ପ୍ରେମୀ ସେମାନଙ୍କ ପୋଷା କୁକୁରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । କାଲିଫର୍ଣ୍ଣିଆର ଜଣେ ମହିଳା ତାଙ୍କ କୁକୁରକୁ ଏତେ ସୁନ୍ଦର ଭାବେ ସଜ୍ଜାଇଛନ୍ତି ଯେ, ଲୋକେ ପ୍ରଶଂସା କରିବା ବଦଳରେ ନିନ୍ଦା କରିଛନ୍ତି । ଏହି ରଙ୍ଗୀନ କୁକୁରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କାଲିଫର୍ଣ୍ଣିଆର ସାନ ଡିଏଗୋରେ ରୁହନ୍ତି ୪୨ ବର୍ଷିୟ ଆଞ୍ଜେଲା ସ୍କୁନୋଭର । ସେ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି । ସେ ତାଙ୍କ କୁକୁରର ସୌନ୍ଦର୍ଯ୍ୟ ପ୍ରତି ବେଶୀ ଗୁରୁତ୍ୱ ଦେଇଥାନ୍ତି । ସେଥିଲାଗି କୁକୁରର କେଶ ରଙ୍ଗ କରିବା ପାଇଁ ଆଞ୍ଜେଲା ପ୍ରତିବର୍ଷ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । ସେ କେବଳ କୁକୁରର କେଶକୁ ରଙ୍ଗ କରନ୍ତିି ନାହିଁ, ବରଂ ତାକୁ ଦାମୀ ଦାମୀ ପୋଷାକ ଏବଂ ଅଳଙ୍କାର ପିନ୍ଧାଇଥାନ୍ତି । ସେ ସବୁବେଳେ ତାଙ୍କ କୁକୁରକୁ ଅନ୍ୟମାନଙ୍କଠାରୁ ଆକର୍ଷଣୀୟ କରିବାକୁ ଚାହାଁନ୍ତି ।

ହେଲେ ତାଙ୍କ କୁକୁରର କେଶ ରଙ୍ଗ କରିବାକୁ ଲୋକମାନେ ପସନ୍ଦ କରନ୍ତି ନାହିଁ । ସେ ତାଙ୍କ କୁକୁରକୁ ଏକ ପ୍ରକାର ନିର୍ଯାତନା ଦେଉଥିବା କହିଥାନ୍ତି । କାରଣ କୁୁକୁରର କେଶ ରଙ୍ଗ କରିବା ତା ପାଇଁ ବିପଦ ସୃଷ୍ଟି କରିପାରେ । ଏହାର ଅର୍ଥ ନୁହେଁ ଯେ ଏହାକୁ କୌଣସି ରଙ୍ଗରେ ରଙ୍ଗ କରାଯିବା ଉଚିତ୍ । ଏହି ରଙ୍ଗରେ ରାସାୟନିକ ପଦାର୍ଥ ଥାଏ । ଏହା ତାକୁ ଅସୁବିଧାରେ ପକାଇପାରେ ।

କିନ୍ତୁ ଆଞ୍ଜେଲା କାହାରି କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ସେ କେବଳ କୁକୁରକୁ ଆକର୍ଷଣୀୟ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.