Latest Odisha News

BREAKING NEWS

ପେଟ୍ରୋଲ ପମ୍ପରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ନେବାକୁ କାହିଁକି ମନା କରୁଛନ୍ତି ମାଲିକ? ଜାଣନ୍ତୁ ଏହା ପଛର ଗଣିତ

ନୂଆଦିଲ୍ଲୀ : ଦେଶରେ ଡିଜିଟାଲ୍ ପେମେଣ୍ଟ ବା ୟୁପିଆଇ ନେଣଦେଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏବେ ପେଟ୍ରୋଲ୍ ପମ୍ପ ଗ୍ରାହକ ଏବଂ ମାଲିକଙ୍କ ପାଇଁ ଏକ ନୂଆ ସମସ୍ୟା ଉପୁଜିଛି । ଏନ୍‌ପିସିଆଇ ପକ୍ଷରୁ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୫ ଟଙ୍କାର ଏକ ଫିକ୍ସଡ୍ ଚାର୍ଜ ଲାଗୁ…

ରାଜଧାନୀକୁ ମିଳିଲେ ନୂଆ ଡିସିପି, ରାଜ୍ୟର ୪ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ

ଭୁବନେଶ୍ୱର: ମୋହନ ମାଝୀ ସରକାର ରାଜ୍ୟ ପୋଲିସ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

୨୩ ରାତିରେ ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ଉପକୂଳ ଛୁଇଁବ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ ସଦ୍ୟତମ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଏକ 'ଗଭୀର ଅବପାତ'ର ରୂପ ନେବାକୁ ଯାଉଛି । ଏହି ସାମୁଦ୍ରିକ ଝଡ଼ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଦ୍ରୁତ ଗତି କରି ଆସନ୍ତା ୨୩…

ବ୍ରିଟେନରୁ ଚୋରି, ଚୀନରେ ବିକ୍ରି: ଲଣ୍ଡନରେ ଆଇଫୋନ୍ ଲୁଟ୍ ପଛର ବଡ଼ ରହସ୍ୟ

ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନ ଏବେ ଏକ ନୂଆ ଏବଂ ସାଂଘାତିକ ସମସ୍ୟା ଦେଇ ଗତି କରୁଛି । ସହରର ରାସ୍ତାଘାଟରେ ମୋବାଇଲ୍ ଫୋନ୍ ଛିନତାଇ କିମ୍ବା ଲୁଟ୍ ଘଟଣା ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଲଣ୍ଡନକୁ ଏବେ 'ଫୋନ୍ ସ୍ନାଚିଂ କ୍ୟାପିଟାଲ୍' ବା 'ଫୋନ୍ ଲୁଟ୍‌ର ରାଜଧାନୀ' ବୋଲି କୁହାଯାଉଛି ।…

ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ସବୁଜ ଅଳେଇଚ, ଜାଣନ୍ତୁ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଆମ ଭାରତୀୟ ରୋଷେଇ ଘରେ ସବୁଜ ଅଳେଇଚ ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଭିନ୍ନ ବ୍ୟଞ୍ଜନ ଓ ମିଷ୍ଟାନ୍ନର ସ୍ୱାଦ କିମ୍ବା ବାସ୍ନା ବଢ଼ାଇବା ପାଇଁ ହେଉ କିମ୍ବା ଏକ ପ୍ରାକୃତିକ ମାଉଥ୍ ଫ୍ରେସନର୍ ଭାବରେ, ଲୋକେ ଦୈନନ୍ଦିନ ଜୀବନରେ ଏହାର ବ୍ୟାପକ ବ୍ୟବହାର କରିଥାନ୍ତି । ତେବେ ଖାଇବା…

ନିଜ ଷ୍ଟାଇଲରେ ବିବାହ ଗୁଜବକୁ ଖଣ୍ଡନ କଲେ ସମୟ ରୈନା, କହିଲେ- ‘ଆମକୁ ବାହାଘର ଘୁଞ୍ଚାଇବାକୁ ପଡ଼ିବ’

ମୁମ୍ବାଇ: ତାରକାମାନଙ୍କୁ ନେଇ ଗୁଜବ ଓ ଚର୍ଚ୍ଚା ସୃଷ୍ଟି ହେବା କୌଣସି ନୂଆ କଥା ନୁହେଁ । ନିକଟରେ ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନା ଏବଂ 12th Fail ସିନେମା ଫେମ୍ ଅଭିନେତ୍ରୀ ମେଧା ଶଙ୍କରଙ୍କୁ ନେଇ ସୋସିଆଲ୍ ମିଡିଆରେ ଏକ ଖବର ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଥିଲା । ଉଭୟ…

ସ୍ମାର୍ଟଫୋନ୍ ପାଇଁ ସୁନା ବିକ୍ରି! ଦିଲ୍ଲୀ ବ୍ୟକ୍ତିଙ୍କ କାରନାମା ଦେଖି ହତବାକ୍ ଶିଳ୍ପପତି ହର୍ଷ ଗୋଏଙ୍କା

ନୂଆଦିଲ୍ଲୀ: ଆପଲର ନୂଆ ଆଇଫୋନକୁ ନେଇ ଗ୍ରାହକଙ୍କ ମଧ୍ୟରେ ସବୁବେଳେ ଏକ ନିଆରା କ୍ରେଜ୍ ଦେଖିବାକୁ ମିଳିଥାଏ। ତେବେ ଏହି ନିଶା ବେଳେବେଳେ ଏପରି ସ୍ତରରେ ପହଞ୍ଚିଯାଏ ଯେ ଲୋକମାନେ ନିଜର ବହୁମୂଲ୍ୟ ସମ୍ପତ୍ତି ବିକ୍ରି କରିବାକୁ ମଧ୍ୟ ପଛାନ୍ତି ନାହିଁ । ନିକଟରେ ଦିଲ୍ଲୀରୁ ଏଭଳି ଏକ…

ଯୁଦ୍ଧର ସିଧାସଳଖ ପ୍ରଭାବ: ଇନ୍ଧନ ସଙ୍କଟ ଭିତରେ ବିଦ୍ୟୁତ୍ ଦର ବଢ଼ାଇବାକୁ ପ୍ରସ୍ତୁତ ଇସଲାମାବାଦ

ଇସଲାମାବାଦ: ଖାଦ୍ୟ ସଙ୍କଟ ଏବଂ ଆକାଶଛୁଆଁ ଦରଦାମ ବୃଦ୍ଧି ସହ ସଂଘର୍ଷ କରୁଥିବା ପାକିସ୍ତାନର ଜନସାଧାରଣଙ୍କୁ ପୁଣି ଏକ ବଡ଼ ଝଟକା । ଅଟା, ଚାଉଳ ଏବଂ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଡହଳବିକଳ ହେଉଥିବା ପାକିସ୍ତାନୀଙ୍କ ଉପରେ ଏବେ ମହଙ୍ଗା ବିଦ୍ୟୁତ୍ ବିଲ୍‌ର ବୋଝ ଲଦି ଦିଆଯିବ ।…

ଭୟଙ୍କର ରୂପ ନେଉଛି ରୁଷ-ୟୁକ୍ରେନ୍ ଯୁଦ୍ଧ: ମସ୍କୋକୁ ଡ୍ରୋନ୍ ଟାର୍ଗେଟ୍ ପରେ କିଭ୍ ଉପରେ ବର୍ଷିଲା ବୋମା

କିଭ୍/ମସ୍କୋ: ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ଉଦ୍ୟମ ପରେ ରୁଷ ଏବେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛି । ପ୍ରତିଶୋଧ ପରାୟଣ ହୋଇ ରୁଷୀୟ ବାହିନୀ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଘନଘନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣ ଫଳରେ କିଭ୍ ସହର ଥରି ଉଠିବା ସହ…

ମରଣ ମୁହଁରୁ ଫେରିଲେ ଯୁବକ: ଅନ୍ଧାର ରାତିରେ ଅଗ୍ନିଶମ କର୍ମଚାରୀଙ୍କ ସାହସିକତା ଯୋଗୁଁ ବଞ୍ଚିଗଲା ଅମୂଲ୍ୟ ଜୀବନ

ଭୁବନେଶ୍ୱର: ମରଣ ମୁହଁରୁ ଫେରିଲେ ଯୁବକ । ରାତି ଅଧର ନିସ୍ତବ୍ଧତା ଭିତରେ ରାଜଧାନୀ ଉପକଣ୍ଠ ଟଙ୍କପାଣି ବ୍ରିଜ୍ ଉପରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । କୌଣସି କାରଣକୁ ନେଇ ମାନସିକ ଭାରସାମ୍ୟ ହରାଇ ଜଣେ ୨୧ ବର୍ଷୀୟ ଯୁବକ ଭରା ନଦୀକୁ ଡେଇଁ ପଡ଼ିଥିବା ବେଳେ, ଠିକ୍ ସମୟରେ ଦେବଦୂତ…