Latest Odisha News

BREAKING NEWS

ବଜ୍ରପାତ ନେଲା ଭୟଙ୍କର ରୂପ! ଛାତ ଉଡ଼ିଗଲା, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜୀବନ ବିକଳରେ ଦୌଡ଼ିଲେ ଲୋକେ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ନୀଳାଦ୍ରି ବିହାର ସ୍ଥିତ ସୋମନାଥ ବସ୍ତିରେ ଏକ ଘର ଉପରେ ହଠାତ୍ ବଜ୍ରପାତ ହେବାରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଗୁରୁତର ଭାବେ ପୋଡ଼ି…

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ: ମହିଳା ସଂରକ୍ଷଣ ପ୍ରସଙ୍ଗରେ ୧୦ ଘଣ୍ଟାର ମାରାଥନ୍ ଆଲୋଚନା, ବିରୋଧୀଙ୍କୁ…

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବା ସହ ଶେଷ ହୋଇଛି। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଏବଂ ସଶକ୍ତୀକରଣ ପ୍ରସଙ୍ଗକୁ ନେଇ ଗୃହରେ ଏକ ମାରାଥନ୍ ଆଲୋଚନା ଦେଖିବାକୁ ମିଳିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ରାତି…

ମାଟ୍ରିକ୍ ପିଲାଙ୍କ ପାଇଁ ବଡ଼ ଖବର: ଇତିହାସ ରଚିବାକୁ ଯାଉଛି ବୋର୍ଡ, ଏଣିକି ଓଡ଼ିଆ ଭାଷାରେ ମିଳିବ ସାର୍ଟିଫିକେଟ୍

କଟକ: ମାତୃଭାଷା ଓଡ଼ିଆକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଏକ ବଡ଼ ତଥା ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଏଣିକି ବୋର୍ଡ ଦ୍ୱାରା ପ୍ରଦାନ କରାଯାଉଥିବା ସାର୍ଟିଫିକେଟ୍ ବା ପ୍ରମାଣପତ୍ର କେବଳ ଇଂରାଜୀରେ ନୁହେଁ, ବରଂ ନିଜ ମାତୃଭାଷା ଓଡ଼ିଆରେ…

ଇଭିଏମ୍ ହେରଫେର ସନ୍ଦେହ! ଷ୍ଟ୍ରଙ୍ଗରୁମ୍ ଭିତରେ ମମତାଙ୍କ ୩ ଘଣ୍ଟିଆ ଡେରା, ରାତି ଅଧରେ ହାଇଡ୍ରାମା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ହାଇ-ଭୋଲଟେଜ୍ ଡ୍ରାମା। ଇଭିଏମ୍ ମେସିନ୍ ହେରଫେର ହେଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। କେବଳ ଅଭିଯୋଗ ନୁହେଁ,…

କାଳବୈଶାଖୀର ତାଣ୍ଡବ: ୪ ଜିଲ୍ଲାକୁ ଅରେଞ୍ଜ ଓ ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି କାଳବୈଶାଖୀର ପ୍ରଭାବ। ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ବର୍ଷା ଦେଖିବାକୁ ମିଳିଛି। ପାଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ଆଜି ମଧ୍ୟ ସାରା ରାଜ୍ୟରେ କାଳବୈଶାଖୀର ସମ୍ଭାବନା ଲାଗିରହିବ…

ମାସର ପ୍ରଥମ ଦିନରେ ବଡ଼ ଝଟକା: ମହଙ୍ଗା ହେଲା କମର୍ସିଆଲ୍ LPG ସିଲିଣ୍ଡର, ଏକାଥରକେ ବଢ଼ିଲା ୯୯୩ ଟଙ୍କା

ନୂଆଦିଲ୍ଲୀ: ମାସର ପ୍ରଥମ ଦିନ ଅର୍ଥାତ୍ ମେ' ୧ ତାରିଖରେ ଦେଶବାସୀଙ୍କୁ, ବିଶେଷକରି ବ୍ୟବସାୟୀମାନଙ୍କୁ ଲାଗିଛି ଏକ ବଡ଼ ମହଙ୍ଗା ମାଡ଼। ତୈଳ ଏବଂ ଗ୍ୟାସ୍ ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ବା ବ୍ୟବସାୟିକ ଏଲପିଜି (LPG) ସିଲିଣ୍ଡର ଦରରେ ବ୍ୟାପକ ବୃଦ୍ଧି…

ପ୍ରବଳ ଖରାରେ ‘ବିଷ’ ପାଲଟିପାରେ ତରଭୁଜ, ଖାଇବା ପୂର୍ବରୁ ଜାଣିନିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

ଗ୍ରୀଷ୍ମ ଋତୁ ଆସିବା କ୍ଷଣି ଲୋକଙ୍କର ସବୁଠାରୁ ପ୍ରିୟ ଫଳ ପାଲଟିଯାଏ ତରଭୁଜ। ଶରୀରକୁ ଥଣ୍ଡା ରଖିବା ସହ ଜଳୀୟ ଅଂଶ ପୂରଣ କରିବାରେ ଏହାର ଜବାବ ନାହିଁ। କିନ୍ତୁ ଆପଣ ଜାଣନ୍ତି କି, ପ୍ରବଳ ଖରା ଏବଂ ରକ୍ଷଣାବେକ୍ଷଣରେ ସାମାନ୍ୟ ଅବହେଳା କାରଣରୁ ଏହି ଅମୃତ ତୁଲ୍ୟ ଫଳ ଆପଣଙ୍କ ପାଇଁ 'ବିଷ' ବା…

ଓଡ଼ିଶାର ୩ ଜିଲ୍ଲାରେ ଭୂମିକମ୍ପ ଝଟକା, ଆତଙ୍କିତ ଲୋକେ

ଭବାନୀପାଟଣା: ବୁଧବାର ସନ୍ଧ୍ୟାରେ ହଠାତ୍ ଓଡ଼ିଶାର ଏକାଧିକ ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି, ଯାହାକି ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଆତଙ୍କ ଖେଳାଇ ଦେଇଛି। ସନ୍ଧ୍ୟା ପ୍ରାୟ ୭.୪୦ ମିନିଟ୍ ସମୟରେ କଳାହାଣ୍ଡି, ନବରଙ୍ଗପୁର ଏବଂ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକେ ଏହି…

ଭୋଟ୍ ଦିନ କିଭଳି ନୀରବରେ ବାର୍ତ୍ତା ଦିଅନ୍ତି ପ୍ରଧାନମନ୍ତ୍ରୀ? ଜାଣନ୍ତୁ ସମ୍ପୂର୍ଣ୍ଣ ରଣନୀତି

ନୂଆଦିଲ୍ଲୀ: ନିର୍ବାଚନର ଠିକ୍ ୪୮ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହୋଇଯାଏ ଏବଂ ନୀରବତା ଅବଲମ୍ବନ କରାଯାଏ। ଏହି ସମୟକୁ 'ଇଲେକ୍ସନ୍ ସାଇଲେନ୍ସ' ବୋଲି କୁହାଯାଏ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନୀରବତାର ମଧ୍ୟ ବେଶ୍ ଚତୁରତାର ସହ ରାଜନୈତିକ ଫାଇଦା ଉଠାଇବାରେ ମାହିର।…

ବ୍ୟାଙ୍କର ବେପରୁଆ ମନୋଭାବକୁ ଦାୟୀ! ଜିତୁ ମୁଣ୍ଡାଙ୍କୁ ଭେଟିବା ପରେ ପ୍ରଶାସନ ଉପରେ ବର୍ଷିଲେ ବଦ୍ରି

କେନ୍ଦୁଝର: ବ୍ୟାଙ୍କ ଖାତାରୁ ମାତ୍ର କିଛି ଟଙ୍କା ଉଠାଇବା ପାଇଁ ମୃତ ଭଉଣୀର ପ୍ରମାଣ ଦେବାକୁ ଯାଇ ଜଣେ ଗରିବ ଆଦିବାସୀ ଯୁବକ ନିଜ ଭଉଣୀର କଙ୍କାଳ ମାଟି ତଳୁ ଖୋଳିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। କେନ୍ଦୁଝର ଜିଲ୍ଲା ଦିଆନାଳି ଗାଁରେ ଘଟିଥିବା ଏହି ଅମାନବୀୟ ତଥା ହୃଦୟବିଦାରକ…