Latest Odisha News

BREAKING NEWS

ପଢ଼ିବା ପାଇଁ ଚଷମା ବ୍ୟବହାର କରୁଛନ୍ତି କି ? ଆସିଗଲା ଚଷମାର ବିକଳ୍ପ ଔଷଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଣିକି ଆଖିରେ ଦୃଷ୍ଟିଜନିତ ସମସ୍ୟା ଥିଲେ ଆଉ ପଢିବା ପାଇଁ ଚଷମା ଆବଶ୍ୟକ ପଡ଼ିବନି । ଆମେରିକାର ଏକ ଔଷଧ କମ୍ପାନୀ ଚଷମାର ବିକଳ୍ପ ଭାବେ ଏକ ଔଷଧ ବାହାର କରିଛି। ଯାହାକି ଏକ ତରଳ ଆକାରରେ ରହିଛି। ଆଖିରେ ପକାଇଲେ କିଛି ଘଣ୍ଟା ପାଇଁ ଜଣେ ବିନା ଚଷମାରେ ପଢିପାରିବ।…

ଯୁବତୀ ଜଣଙ୍କ ଦୀପିକା ପାଦୁକୋନ ନୁହନ୍ତି, କିନ୍ତୁ ତାଙ୍କ ଭଳି ଦେଖାଯାଉଛନ୍ତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋଶିଆଲ ମିଡିଆ ଏବେ ଅନେକ ହଜିଯାଇଥିବା ଜିନିଷକୁ ଖୋଜିବାରେ ଯେମିତି ସହଯୋଗ କରେ ସେପରେ ଅନେକ ଲୁକାୟତ ପ୍ରତିଭାକୁ ମଧ୍ୟ ଚିହ୍ନଟ କରିବାରେ ସହଯୋଗ କରେ। ଇଣ୍ଟରନେଟରେ ସୁନ୍ଦର ପଶୁ ପକ୍ଷୀଙ୍କ ଭିଡିଓ, ଡ୍ୟାନ୍ସ ଭିଡିଓ ହେଉ ଅବା ସେଲିବ୍ରିଟିଙ୍କ ଫଟୋ ଓ ଭିଡିଓ…

ସୋନିଆଙ୍କୁ ଇଡିର ସମନ ପରେ ପ୍ରତିବାଦ କରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜୁଲାଇ ୨୧ରେ ହାଜର ହୋଇ ପକ୍ଷ ରଖିବାକୁ ସମନ କରିଛି। ଏହି ଅବସରରେ କଂଗ୍ରେସ ଆଉ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ…

ସମର୍ଥନ ଘୋଷଣା ପରେ ବି ଦ୍ରୌପଦୀଙ୍କ ବୈଠକକୁ ଉଦ୍ଧବଙ୍କୁ ଡକାଗଲାନି

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ କରିବ ବୋଲି ଘୋଷଣା କରିଛି। ଆଜି ମୁର୍ମୁ ମୁମ୍ବାଇ ଆସୁଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଏହି ବୈଠକରେ ସାମିଲ ହେବାକୁ ନିମନ୍ତ୍ରଣ…

ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଦାସଙ୍କ ଅଡୁଆ, କ୍ରାଇମବ୍ରାଞ୍ଚକୁ ଏସପି ଲେଖିଲେ ଚିଠି

ଜଗତସିଂହପୁର: ବଢ଼ିଲା ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ତଥା ବିଧାୟକ ବିଜୟ ଶଙ୍କର ଦାସ ସେକ୍ସ ରାକେଟ ଚଳାଉଛନ୍ତି ଅଭିଯୋଗର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ଚିଠି । ଏସପି ଅଖିଳେଶ୍ୱର ସିଂହ ଏପରି ଏକ ଚିଠି…

ହମିଦ ଅନସାରୀଙ୍କ ଅନୁମତିକ୍ରମେ ଭାରତ ଆସି ଗୁଇନ୍ଦାଗିରି କରିଛି: ପାକ୍ ସାମ୍ବାଦିକ

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ପାକିସ୍ତାନର ସାମ୍ବାଦିକ ନୁସରତ ମିର୍ଜା। ସେ ଦାବି କରିଛନ୍ତି ଯେ ହମିଦ ଅନସାରୀଙ୍କ ନିମନ୍ତ୍ରଣ କ୍ରମେ ସେ ଭାରତ ଆସି ଗୁଇନ୍ଦାଗିରି କରୁଥିଲେ। ଏପରିକି ନୁସରତ ମିର୍ଜା କହିଛନ୍ତି ସେ ଭାରତରୁ ଅନେକ ଗୁପ୍ତ…

ଆରଏସଏସ ଅଫିସ ଉପରେ ବୋମା ମାଡ଼, ସିପିଆଇ(ଏମ) ବିରୋଧରେ ଅଭିଯୋଗ ଆଣିଲା ବିଜେପି

ଥିରୁଅନନ୍ତପୁରମ: ମଙ୍ଗଳବାର କେରଳର କନ୍ନୁର ଜିଲ୍ଲାରେ ଥିବା ଆରଏସଏସ କାର୍ଯ୍ୟାଳୟ ଉପରେ ଦୁଇଜଣ ମୋଟରସାଇକେଲ ଚାଳକ ବୋମା ଫିଙ୍ଗି ଥିବା ଜଣାପଡ଼ିଛି। ଆରଏସଏସ ଅଫିସ ପାଖରେ ଥିବା ସିସିଟିଭି ଫୁଟେଜରୁ ଏହି ସୂଚନା ମିଳିଛି। ଆକ୍ରମଣକାରୀମାନେ ବୋମା ଫିଙ୍ଗିବା ପୂର୍ବରୁ ଦୁଇ ଜଣ ମୋଟର ସାଇକେଲରେ…

ଦୁବାଇ ଖସିଯିବାକୁ ଗୋଟାବାୟା ରାଜପାକ୍ଷେଙ୍କ ଭାଇଙ୍କ ପ୍ରୟାସ, ବିମାନ ବନ୍ଦରରେ ଘେରିଲେ କର୍ମଚାରୀ

କଲୋମ୍ବୋ: ଶ୍ରୀଲଙ୍କାରେ ଅସ୍ଥିରତା ଭିତରେ ଦେଶ ଛାଡି ଦୁବାଇ ଯିବାକୁ ଯୋଜନା କରିଥିଲେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ସାନ ଭାଇ ତଥା ନିକଟରେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବାସିଲ ରାଜପାକ୍ଷେ। ଗତକାଲି ସଂଧ୍ୟାରେ କଲୋମ୍ବୋ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାସିଲ ଦୁବାଇ…

ଋଷରୁ ଶସ୍ତା ତେଲ କିଣୁଛି ଭାରତ, ବ୍ୟବସାୟିକ ପ୍ରକ୍ରିୟା ରୋକିବାକୁ ଆମେରିକା ଆପଣାଇଲା ନୂଆ ରଣନୀତି?

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା ଋଷର ଏପରି ଆକ୍ରମଣକୁ ବିରୋଧ କରି ବିଭିନ୍ନ ପ୍ରତିବନ୍ଧକ ଲଗାଇଛି। ଏପରି ସ୍ଥିତିରେ ଋଷ ଭାରତକୁ ଶସ୍ତାରେ ଅଶୋଧିତ ତେଲ ବିକ୍ରି କରୁଛି। ଯାହାକୁ ନେଇ ବିଭିନ୍ନ ସମୟରେ ଆପତ୍ତି ଉଠାଇଛି ୟୁରୋପ ସମେତ ଆମେରିକା। ଏବେ…

ଜନସଂଖ୍ୟା ବୃଦ୍ଧିକୁ ଜାତି, ଧର୍ମ ସହ ଯୋଡ଼ିବା ଅନୁଚିତ: ନକଭୀ

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧିକୁ ନେଇ କେନ୍ଦ୍ରର ଶାସକ ଦଳ ବିଜେପି ନେତାଙ୍କ ମଧ୍ୟରେ ବିତର୍କ ତେଜିଛି । ବିଶ୍ୱ ଜନସଂଖ୍ୟା ଦିବସରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ବିବୃତ୍ତି ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭୀଙ୍କ ବିବୃତ୍ତି ସାମ୍ନାକୁ ଆସିଛି।…